Latest Odisha News

BREAKING NEWS

ଦିଲ୍ଲୀପ କୁମାରଙ୍କ ୫ଟି ଅପାସୋରା ଫିଲ୍ମ

ମୁମ୍ୱାଇ: ଦୁନିଆକୁ ଅଲବିଦା କହିଛନ୍ତି ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ସେ ଆଜି ନାହାନ୍ତି । କିନ୍ତୁ ସେ ଛାଡ଼ି ଯାଇଥିବା ଅଭିନୟର ଛାପ ସବୁଦିନ ତାଙ୍କ ଚିରସ୍ମରଣୀୟ କରି ରଖିବ । ମାୟାନଗରୀରେ ପାଦ ଥାପିବା ପରେ ବହୁ ସଂଘର୍ଷର ସାମନା କରିଥିଲେ ଦିଲ୍ଲୀପ କୁମାର । ନିଆରା ଅଭିନୟ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ଟ୍ରାଜେଡି କିଙ୍ଗର ମାନ୍ୟତା । ପାଖାପାଖି ୬ ଦଶନ୍ଧି ଧରି ଅଭିନୟ ଦୁନିଆରେ ସକ୍ରିୟ ଥିଲେ ଦିଲ୍ଲୀପ କୁମାର । ତାଙ୍କ ଅବର୍ତ୍ତମାନରେ ଝୁରୁଛି ବଲିଉଡ୍ । ଟ୍ରାଜେଡି କିଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଅଗଣିତ ଫ୍ୟାନ୍ ।

ଫାଇଲ୍ ଫଟୋ

୧୯୪୪ରେ ରିଲିଜ ଜୁଆର ଭଟ୍ଟାରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଦିଲ୍ଲୀପ କୁମାର । ତାଙ୍କ ଅଭିନୀତ ପ୍ରଥମ ହିଟ୍ ଫିଲ୍ମ ଥିଲା ୧୯୪୭ରେ ରିଲିଜ ‘ଜୁଗନୁ’ । ଏହି ଫିଲ୍ମ ତାଙ୍କୁ ହିଟ୍ ଷ୍ଟାର ତାଲିକାରେ ସ୍ଥାନ ଦେଇଥିଲା । କିନ୍ତୁ ୧୯୪୯ରେ ମେହବୁବ ଖାନଙ୍କ ‘ଅନ୍ଦାଜ’ରେ ନିଜ ଅଭିନୟର ଅନ୍ଦାଜ ଦେଖାଥିଲେ । ପ୍ରଥମ ଥର ରାଜ କପୁରଙ୍କ ସହ ଆକ୍ଟିଂ କରିଥିଲେ ଦିଲ୍ଲୀପ କୁମାର । ଫିଲ୍ମ ହିଟ୍ ବି ହୋଇଥିଲା । ୧୯୫୧ରେ ଦିଦାର ଓ ଦେବଦାସରେ ଅପାସୋରା ଅଭିନୟ ତାଙ୍କୁ ଦେଇଥିଲା ଟ୍ରାଜେଡି କିଙ୍ଗର ପରିଚୟ ।

କର୍ମା (୧୯୮୬)
ଅଶୀ ଦଶକରେ ସବୁଠୁ ସୁପରହିଟ୍ ଫିଲ୍ମ ଥିଲା କର୍ମା । ଏହି ଫିଲ୍ମରେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ ଦିଲ୍ଲୀପ କୁମାର । ଏଥିରେ ଅନୀଲ କପୁର ଓ ଜ୍ୟାକି ଶ୍ରଫ ବି ଲିଡ୍ ରୋଲରେ ଥିଲେ । ଏହି ଫିଲ୍ମର ଗୀତ ମନଛୁଆ ହୋଇଥିଲା । ଆଜି ବି ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ଏହି ଫିଲ୍ମର ଗୀତ ବାଜୁଛି ।

କ୍ରାନ୍ତି (୧୯୮୧)
ଆକ୍ସନ ଡ୍ରାମା ଫିଲ୍ମ କ୍ରାନ୍ତିରେ ଦିଲ୍ଲୀପ କପୁରଙ୍କ ଅଭିନୟ ଯିଏ ଦେଖିଛି ତାଙ୍କର ଫ୍ୟାନ୍ ହୋଇଯାଇଛି । ଏଥିରେ ରିଷି କପୁର, ଶତ୍ରୁଘ୍ନ ସିହ୍ନା ଓ ହେମା ମାଳିନୀ ମୁଖ୍ୟ ଭୂମିକାରେ ବି ଥିଲେ । ଦିଲ୍ଲୀପ କୁମାରଙ୍କ ଅଭିନୀୟ କ୍ରାନ୍ତି ବକ୍ସ ଅଫିସ ହିଟ୍ ସାବ୍ୟସ୍ତ ହୋଇଥିଲା ।

ମୋଗଲ-ଇ-ଆଜମ (୧୯୬୦)
୧୯୬୦ରେ ରିଲିଜ ମୋଗଲ୍-ଇ-ଆଜମ୍ ମୋଗଲ ରାଜକୁମାର ସଲିମ୍ ଭୂମିକାରେ ନଜର ଆସିଥିଲେ ଦିଲ୍ଲୀପ କୁମାର । ଆଜି ଦର୍ଶକ ଫିଲ୍ମର ପ୍ରତିଟି କ୍ୟାରେକ୍ଟରକୁ ମନେ ରଖିଛନ୍ତି । ଜବରଦସ୍ତ ହିଟ୍ ହୋଇଥିଲା ମୋଗଲ-ଇ-ଆଜମ୍ ।

ଦେବଦାସ (୧୯୫୫)
ଏହି ଟାଇଟଲରେ ଅନେକ ଫିଲ୍ମ ହୋଇଛି । କିନ୍ତୁ ବଲିଉଡରେ ଦିଲ୍ଲୀପ କୁମାରଙ୍କୁ ନେଇ ନିର୍ମାଣ ହୋଇଥିଲା ପ୍ରଥମ ଦେବଦାସ । ୧୯୯୫ରେ ମୁକ୍ତିଲାଭ କରିଥିଲା ଫିଲ୍ମ । ଏଥିରେ ଦିଲ୍ଲୀପ କୁମାରଙ୍କ କ୍ୟାରେକ୍ଟରକୁ ଆଜି ବି ମନେ ପକାଉଛନ୍ତି ଅଗଣିତ ଦର୍ଶକ ।

ରାମ୍ ଓର୍ ଶ୍ୟାମ୍ (୧୯୬୭)
ଏହି ଫିଲ୍ମରେ ଡବଲ୍ ରୋଲରେ ନଜର ଆସିଥିଲେ ଦିଲ୍ଲୀପ କୁମାର । ଯାଆଁ ଭାଇ କ୍ୟାରେକ୍ଟର ପ୍ଲେ କରିଥିଲେ । ରାମ ଓ ଶ୍ୟାମ ଭୂମିକାରେ ସେ କରିଥିବା ଜବରଦସ୍ତ ଆକ୍ଟିଂ ତାଙ୍କୁ ସବୁଦିନ ଚିର ସବୁଜ କରି ରଖିବ ।

Leave A Reply

Your email address will not be published.