Latest Odisha News

ଶାହୀଦଙ୍କୁ ଅଣଦେଖା କଲେ କରୀନା

ମୁମ୍ବାଇ: ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର ସମାରୋହ ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏଥିରେ ବଲିଉଡର ନାମୀ ଦାମୀ ସେଲିବେଟି ସାମିଲ ହୋଇଥିଲେ । ତେବେ ରେଡ କାର୍ପେଟରେ କରୀନା କାପୁର ଓ ଶାହୀଦ କାପୁର ମୁହାଁମୁହିଁ ହେବାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଶାହୀଦ ଫିଲ୍ମ ମେକର୍ସ ରାଜ ଆଣ୍ଡ ଡିକେଙ୍କ ସହ ଟ୍ରଫି ଧରି ଛିଡା ହୋଇଥିଲେ । ସେମାନେ ପରସ୍ପର କଥା ହେଉଥିବା ବେଳେ କରୀନା କାପୁରଙ୍କ ଏଂଟ୍ରି ହୋଇଥିଲା । ସେ ଶାହୀଦଙ୍କୁ ଅଣଦେଖା କରି ଅନ୍ୟମାନଙ୍କ ସହ ହାତ ମିଳାଇଥିଲେ ।

ଏହି ଭିଡିଓ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଭିନ୍ନ ଭିନ୍ନ ମତ ଆସିବାରେ ଲାଗିଛି । ଜଣେ ଲେଖିଛନ୍ତି ଯାହାକୁ ସାମ୍ନା କରିବା ସାହସ ନ ଥାଏ ତାଙ୍କୁ ଅଣଦେଖା କରାଯାଇଥାଏ । ଅନ୍ୟ ଜଣେ ଲେଖିଛନ୍ତି ଅଣଦେଖା କଲେ କଣ ହେବ କିଛି ବାଟ ପରେ କଣେଇକି ଅନେଇଥିଲେ । ୨୦୦୪ରେ ଫିଦା ଫିଲ୍ମ ଅବସରରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ୨୦୦୭ ପର୍ଯ୍ୟନ୍ତ ଏହି ପ୍ରେମ ସମ୍ପର୍କ ଚାଲିଥିଲା । ଜବ ୱି ମେଟ ଫିଲ୍ମ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ । ୨୦୧୬ରେ ଉଡତା ପଞ୍ଜାବରେ ମଧ୍ୟ ସେମାନେ ଏକତ୍ର କାମ କରିଥିଲେ ।

ଶାହୀଦଙ୍କ ସହ ବ୍ରେକଅପ ହେବା ପରେ ସୈଫ ଅଲୀ ଖାଁଙ୍କୁ କରୀନା ଭଲ ପାଇଥିଲେ । ୨୦୧୨ରେ ଉଭୟ ବିବାହ କରିଥିଲେ । ସେମାନଙ୍କ ୨ଟି ସନ୍ତାନ ଅଛି । ଅପରପକ୍ଷରେ ୨୦୧୫ରେ ମୀରା ରାଜପୁତଙ୍କୁ ଶାହୀଦ ବିବାହ କରିଥିଲେ । ସେମାନଙ୍କର ମୀଶା ଓ ଜୈନ ନାମକ ଦୁଇ ସନ୍ତାନ ଅଛି ।

Leave A Reply

Your email address will not be published.