Latest Odisha News

BREAKING NEWS

କରୀନାଙ୍କ ମାତା ସୀତା ଭୂମିକାକୁ ନେଇ ବିରୋଧ ତୀବ୍ର ହେଲା, ଜିଲା ଅଧିକାରୀଙ୍କୁ ଭେଟିଲା ବଜରଙ୍ଗ ଦଳ

ମୁମ୍ବାଇ: ଫିଲ୍ମର ଶୁଟିଂ ଆରମ୍ଭ ହୋଇ ନ ଥିବା କରୀନା କାପୁରଙ୍କ ଦେବୀ ସୀତା ଭୂମିକାକୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏବେ ବଜରଙ୍ଗ ଦଳ ଏ ନେଇ ଜିଲା ଅଧିକାରୀଙ୍କୁ ଭେଟିବା ସହ, ଯଦି ମାତା ସୀତାଙ୍କ ଭୂମିକା କରୀନା କରିବେ ତାହାହେଲେ ଆମେ ଆନ୍ଦୋଳନ କରିବୁ ବୋଲି ସେମାନେ ବିଧିବଦ୍ଧ ଭାବେ ଲିଖିତ ଭାବେ ଜଣାଇଛନ୍ତି । ହିନ୍ଦୁର ଦେବ ଦେବୀଙ୍କ ଭୂମିକାରରେ ମୁସଲମାନଙ୍କୁ କାହିଁକି ସାମିଲ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କରୀନା ଏହି ଭୂମିକା କଲେ ହିନ୍ଦୁ ଧର୍ମ ଏବଂ ମାତା ସୀତାଙ୍କ ଅପମାନ ହେବ ।

କିଛି ଦିନ ତଳେ ସୋସିଆଲ ସାଇଟରେ ବୟକଟ କରୀନା ଟ୍ରେଣ୍ଡ କରିଥିଲା । ସୀତା ଫିଲ୍ମର ପ୍ରଯୋଜକ ଆଲୌକିକ ଦେଶାଇ ଏବଂ ତାଙ୍କ ଟିମ ମଧ୍ୟ ଏ ନେଇ ଚିନ୍ତାର ପଡିଗଲେଣି । ଏହା ଏକ ବିଗ ବଜେଟ ଫିଲ୍ମ ହୋଇଥିବାରୁ ସେ ଏଥିରେ କୌଣସି ବାଧା ସୃଷ୍ଟି ହେଉ ବୋଲି ଚାହୁଁ ନାହାନ୍ତି । ରଣବୀର କାପୁରଙ୍କୁ ରାବଣ ଭୂମିକା ଅଫର ହୋଇଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ ଆଲୌକିକ ଦେଶାଇ ଏ ନେଇ କିଛି କହି ନ ଥିଲେ । ସୀତାଙ୍କ ଭୂମିକା ପାଇଁ କରୀନା ୧୨କୋଟି ଦାବୀ କରିଛନ୍ତି ।

Leave A Reply

Your email address will not be published.