Latest Odisha News

BREAKING NEWS

ପ୍ରକୃତି କୋଳକୁ ଫେରିଲେ ନାଗ ସାପ ଛୁଆ

ଭୁବନେଶ୍ୱର : ପ୍ରକୃତି କୋଳକୁ ଫେରିଲେ ନାଗ ଛୁଆ । ୨୦ଟି ଅଣ୍ଡାର ଛୁଆ ବାହାରିଛନ୍ତି । ୨୧ଟି ଅଣ୍ଡାରୁ କୃତ୍ରିମ ଉପାୟରେ ସାପ ଛୁଆ ବାହାର କରାଯାଇଛି । ୨୩ରରୁ ୨୬ ଦିନରେ ଦୁଇଟି ପର୍ଯ୍ୟାୟରେ ଏହି ଅଣ୍ଡା ସବୁ ବାହାରିଛନ୍ତି । ଜୁନ୍ ମାସରେ ସମସ୍ତ ଅଣ୍ଡାରୁ ଛୁଆ ବାହାରିଥିଲା । ତେବେ କୌଣସି କାରଣରୁ ଗୋଟିଏ ଅଣ୍ଡା ନଷ୍ଟ ହୋଇଯାଇଥିଲା । ୨୦ଟି ଅଣ୍ଡାରୁ ବାହାରିଥିବା ସବୁ ନାଗ ଛୁଆଙ୍କୁ ଚନ୍ଦକା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଏକ ପ୍ରାକୃତିକ ପରିବେଶରେ ଛାଡି ଦିଆଯାଇଛି ।

ପୁରୀ ଡେଲାଙ୍ଗ ପିଢ ପାଟଣା ଗାଁରେ ଜଣଙ୍କ ଘରେ କାମ ଚାଲିଥିବା ବେଳେ ଏହି ଅଣ୍ଡା ସବ ଉଦ୍ଧାର ହୋଇଥିଲା ।  ପରେ ସ୍ନେକ୍ ହେଲପ ଲାଇନ ସଦସ୍ୟ ପହଂଚି ଅଣ୍ଡା ଗୁଡିକୁ ଉଦ୍ଧାର କରି କ୍ୟତ୍ରିମ ଉପାୟରେ ଅଣ୍ଡାରୁ ଛୁଆ ଫୁଟାଇବାର ବ୍ୟବସ୍ଥା କରିଥିଲେ ।

ଏବେ ସାପ ମାନଙ୍କର ଅଣ୍ଡା ଦେବା ସମୟ । ତେଣୁ ସମସ୍ତେ ନିଜର ଘରବାଡି ସଫା ରଖିବା ସହିତ ସାପ ଅଣ୍ଡା ମିଳିଲେ ସ୍ନେକ୍ ହେଲପ ଲାଇନକୁ ଖବର ଦେବାକୁ ଅନୁରୋଧ କରାଯାଇଛି ।

ରାଜ୍ୟରେ ସ୍ନେକ ହେଲ୍ପ ଲାଇନକୁ ଛାଡିଦେଲେ ମଧ୍ୟ ଅନେକ ବ୍ୟକ୍ତି ବିନା ପ୍ରଶିକ୍ଷଣ ରେ ସାପ ଉଦ୍ଧତ କରିବା କରନ୍ତି । ତେବେ, ବିଷଧର ସାପ ଛୁଆ ମାନଙ୍କର ମୁଣ୍ଡକୁ ଧରିବା ପାଇଁ ଚେଷ୍ଟା ନକରି ସ୍ନେକ ହୁକ୍ ବା ଦେଢ଼ ଫୁଟରୁ ଅଧିକ ଲମ୍ୱା ଟ୍ଵିଜର ବା ଫୋରସେପ ସାହାଯ୍ୟରେ ସାପକୁ ଉଠେଇ ବ୍ୟାଗ ରେ ଭର୍ତ୍ତି କରିବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସାପ ଓଡ଼ିଶାର ଉଦ୍ଧାରକାରୀ ମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ।

 

Leave A Reply

Your email address will not be published.