Latest Odisha News

BREAKING NEWS

ବହିର ନାମ ପ୍ରେଗେନ୍ସି ବାଇବେଲ ରଖି ବିବାଦ ସୃଷ୍ଟି କଲେ କରୀନା

ମୁମ୍ବାଇ: ବଲିଉଡର ଅଭିନେତ୍ରୀ କରୀନା କାପୁର ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି । ପ୍ରେଗେନ୍ସି ସମୟର ଅଭିଜ୍ଞତା ନେଇ କରୀନା କାପୁର ଖାଁ ପ୍ରେଗେନ୍ସି ବାଇବେଲ ନାମକ ଏକ ପୁସ୍ତକ ରଚନା କରିଛନ୍ତି । ଯାହାକୁ ନେଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି କରୀନା ଏବଂ ଅନ୍ୟ ୨ଜଣଙ୍କ ନାମରେ ଶିବାଜୀ ନଗର ପୋଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରାଯାଇଛି ।

ପୂର୍ବରୁ ବିବାହ, ପିଲାର ନାମ ଏବଂ ସୋନୋଗ୍ରାଫି ଫଟୋ ଶେୟାର କରି କରୀନା ବିବାଦୀୟ ପରିସ୍ଥିତି ସୃଷ୍ଟି କରି ସାରିଛନ୍ତି । ପ୍ରେଗେନ୍ସି ସମୟର ଶାରୀରିକ ଓ ମାନସିକ ଅବସ୍ଥାକୁ ଆଖି ଆଗରେ ରଖି ମୁଁ ଏହି ପୁୂସ୍ତକ ଲେଖିଛି । ଏଥିନେଇ କାହାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନାହିଁ ବୋଲି କରୀନା କହିଛନ୍ତି ।

Leave A Reply

Your email address will not be published.