Latest Odisha News

BREAKING NEWS

ନିଆରା ଅନ୍ଦାଜରେ ଗଣେଶ ପୂଜା ପାଳିଲେ ବଲିଉଡ୍ ବେବୋ

ମୁମ୍ବାଇ : ଗଣେଶ ପୂଜା ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ବଲିଉଡ୍ ଷ୍ଟାର କରିନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ନିଜ ଘରେ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ପୁଅ ତୈମୁର ମଧ୍ୟ ଗଣେଶଙ୍କ ପାଖରେ ହାତ ଯୋଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।କରିନା କପୁର ଗଣେଶ ପୂଜା ଅବସରରେ ନିଜ ଇଷ୍ଟାଗ୍ରାମ୍ ପେଜ୍ ରେ ଘରର ଗଣେଶ ଚତୁର୍ଥୀ ଫଟୋ ପୋଷ୍ଟ କରି ନିଜ ଫ୍ୟାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନିଜର ପସନ୍ଦ ଲୋକମାନଙ୍କ ସହ କରିନା ଏଥର ଗଣେଶ ପୂଜା ପାଳନ କରିଥିବା ନେଇ ବେଶ୍ ଖୁସି ଥିବା କହିଛନ୍ତି। ପୂଜା କରିଥିବା ଛୋଟ ଗଣେଶ ଟି କରିନାଙ୍କୁ ବହୁତ ଭଲ ଲାଗିଥିବା ସେ ଫ୍ୟାନ୍ ମାନଙ୍କୁ ଜଣାଇଛନ୍ତି।

Comments are closed.