Latest Odisha News

ୱଣ୍ଡରସେଫ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ କ୍ରିତି

ନୂଆଦିଲ୍ଲୀ: କିଚେନ୍‌ୱେୟାର୍‌ ବ୍ରାଣ୍ଡ ୱଣ୍ଡରସେଫ ଶୁକ୍ରବାର ଦିନ ବଲିଉଡ ଅଭିନେତା କ୍ରିତି ସାନନଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି।

ୱଣ୍ଡରସେଫ କିଚେନ୍‌ୱେୟାର୍‌ ୨୦୦୯ରେ ରବି ସକ୍ସେନା ଏବଂ ସେଫ୍‌ ସଞ୍ଜୀବ କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

ସୁସ୍ଥ ରନ୍ଧନ ବିଷୟରେ ବ୍ରାଣ୍ଡକୁ ନେଇ ସଚେତନତା ସୃଷ୍ଟି କରିବାରେ କ୍ରିତିଙ୍କ ଲୋକପ୍ରିୟତା ସାହାଯ୍ୟ କରିବ ବୋଲି ଆଶା କରାଯାଉଛଇ।

ଗ୍ରାହକମାନେ ଘରେ ଅଧିକ ସମୟ ବିତାଇବା, ରାନ୍ଧିବା ଏବଂ ସେଥିପାଇଁ ସେମାନଙ୍କର ରୋଷେଇ ସାମଗ୍ରୀ ଏବଂ ଛୋଟ ଉପକରଣଗୁଡ଼ିକର ନବୀକରଣ ହେତୁ ରୋଷେଇ ପାଇଁ ଚାହିଦା ବଢିଛି।

Leave A Reply

Your email address will not be published.