ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କର ଆଗାମୀ ଫିଲ୍ମ ‘ଜାନେ ଜାନ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି କ୍ରାଇମ ଥ୍ରୀଲର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ତାଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲୱାତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କରୀନା କପୁରଙ୍କ ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ତାଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେ୍ଟମ୍ବର ୨୧ରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।
‘ଜାନ ଜାନ’ ରିଲିଜ ହେବା ପୂର୍ବରୁ କରୀନା କପୁର ଅଭିନୟରୁ ଅବସର ନେବା ପ୍ରଶ୍ନ ଉପରେ ନିଜର ଉତ୍ତର ରଖିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଏବେ ବି ଅଭିନୟ କରିବାକୁ ନେଇ ଉତ୍ସାହିତ ଅଛି । ଯେବେ ମୁଁ ଏହି ଉତ୍ସାହ ହରାଇବି, ତେବେ ଯାଇ ମୁଁ ଅବସର ନେବି । କାରଣ ୪୩ ବର୍ଷ ବୟସରେ ମଧ୍ୟ ସେଟରେ ରହିବାର ଉତ୍ସାହ ଏବଂ କ୍ୟାମେରା ସାମ୍ନା କରିବାକୁ ଇଚ୍ଛା ଅଛି । ମୁଁ ଜାଣେ ଯେଉଁ ଦିନ ଏହି ଉତ୍ସାହ ରହିବ ନାହିଁ, ସେହି ଦିନ ମୁଁ ଅଭିନୟ କରିପାରିବି ନାହିଁ । କାରଣ ମୁଁ ଯାହା ପସନ୍ଦ କରେ ତାହା କରିବାକୁ ଭଲପାଏ ।
ମୁଁ ଖାଦ୍ୟକୁ ଭଲ ପାଏ, ସାଙ୍ଗମାନଙ୍କ ସହିତ ବୁଲିବାକୁ ଭଲପାଏ ଏବଂ ବାହାରକୁ ଯିବାକୁ ପସନ୍ଦ କରେ । ତେଣୁ ଯଦି ଏଭଳି ଦିନ ଆସିବ, ଯେଉଁଦିନ ମୋର ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ, ସେଦିନ ମୁଁ ଅଭିନୟରୁ ଅବସର ନେବି । ଭାବୁଛି ୮୩ କି ୯୩ବର୍ଷ ବୟସରେ ମୋର ଆଉ ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ ।
Comments are closed.