Latest Odisha News

ଛୋଟେ ନବାବ୍‌ର କ’ଣ ନାଁ ରଖିଲେ କରୀନା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତି କରୀନା କପୁର ଏବଂ ସୈଫ ଅଲି ଖାନ ଫେବୃଆରୀରେ ତାଙ୍କ ଦ୍ବିତୀୟ ପୁତ୍ରକୁ ସ୍ବାଗତ କରିଥିଲେ। ତେବେ ଦମ୍ପତି ତାଙ୍କ ଦ୍ବିତୀୟ ସନ୍ତାର ନାମକରଣ କରିଛନ୍ତି। ଲିଟିଲ୍‌ ବଏ୍‌ ଛୋଟେ ନବାବ୍‌ର ନାଁ ରଖିଛନ୍ତି ଜେହ୍‌। କରୀନା ଏବଂ ସୈଫ୍‌ଙ୍କ ପ୍ରଥମ ପୁତ୍ର ତୈମୁରଙ୍କ ଆକର୍ଷଣୀୟ ଚେହେରା ମଧ୍ୟ ଅନେକ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି।

କରୀନା ଓ ସୈଫ ଅଲି ଏପର୍ଯ୍ୟନ୍ତ ଜେହ୍‌ଙ୍କ ଚେହେରାକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିନାହାଁନ୍ତି।

କରୀନାଙ୍କ ପିତା, ରଣଧୀର କପୁର ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ନାମ ଚୂଡାନ୍ତ ହୋଇଛି।

Comments are closed.