Latest Odisha News

ପଟୌଦି ପ୍ୟାଲେସରେ ଛୁଟି ମନାଉଛନ୍ତି ନବାବ ଦମ୍ପତ୍ତି, ଫଟୋ ସେୟାର କରି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କଲେ ବେବୋ

ମୁମ୍ବାଇ: ନିଜ ବ୍ୟସ୍ତ ଜୀବନରୁ ଟିକେ ଦୂରେଇ ଏବେ ଖ୍ରୀଷ୍ଟମାସ ଛୁଟି ପାଳୁଛନ୍ତି କରୀନା କପୁର ଖାନ ଏବଂ ସୈଫ ଅଲ୍ଲୀ ଖାନ । ନବାବ କପଲ ଦୁଇ ପିଲାଙ୍କ ସହ ହରିୟାଣାର ଗୁରଗାଓଁ ସ୍ଥିତ ପଟୌଦି ପ୍ୟାଲେସରେ ପହଞ୍ଚିଛନ୍ତି । ଏନେଇ କରୀନା ତାଙ୍କ ଇନଷ୍ଟା ରେ ଭ୍ୟାକେସନର କିଛି ଝଲକ ସେୟାର କରିଛନ୍ତି । ଯେଉଁଥିରେ ସେ ଫ୍ୟାନ୍ସ ମାନଙ୍କୁ ଦେଖାଇଛନ୍ତି ଯେ, ସେ କିପରି ପରିବାର ସହିତ ତାଙ୍କର ଏହି ସ୍ପେଶାଲ ଟାଇମ ବିତାଉଛନ୍ତି । ତାଙ୍କର ଏହି ପୋଷ୍ଟରେ ଫ୍ୟାନ୍ସମାନେ ଏପରି କିଛି ନୋଟିସ କରିଥିଲେ ଯେଉଁଥିପାଇଁ ବର୍ତ୍ତମାନ ପଟୌଦି ପ୍ୟାଲେସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କରୀନା ସେୟାର କରିଥିବା ପ୍ରଥମ ଫଟୋରେ ସେ ତାଙ୍କ ସ୍ୱାମୀଙ୍କ ସହ ପଟୌଦି ପ୍ୟାଲେସର ଗାର୍ଡେନ ରେ ବସି ଲଞ୍ଚ ଖାଉଥିବା ନଜର ଆସିଛନ୍ତି । ଫଟୋରେ କରୀନା କିଛି ଖାଦ୍ୟର ଝଲକ ମଧ୍ୟ ଦେଖାଇଛନ୍ତି । ପରେ କରୀନା ଏକ ଫଟୋରେ ତାଙ୍କ ମେକଅପ୍ ଲୁକ୍ ର ସେଲଫି ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଫର୍ମାଲ ସାର୍ଟ ସହ ରେଡ ନେଲ୍ ପଲିସ ଲଗାଇଥିବା ନଜର ଆସିଛନ୍ତି । ଏହି ଫଟୋ ଗୁଡିକ ପୋଷ୍ଟ କରିବା ସହ କରୀନା କ୍ୟାପସନରେ ଲେଖିଛନ୍ତି- ‘ମକ୍କି କି ରୋଟି, ସରସୋଁ ଦା ସାଗ… ଫ୍ରର୍ମ ହାମାରେ ଘର କା ବାଗ । ଏହାପରେ ଏଗୁଡ଼ିକ ମୋର ପ୍ରିୟ ଖାଦ୍ୟ ବୋଲି ସେ ଲେଖିଛନ୍ତି’।

ସେ ସୈଫ ଅଲି ଖାନଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପଟୌଦି ପ୍ୟାଲେସ କୁ ଦେଖୁଥିବାର ନଜର ଆସିଛନ୍ତି । ଏହି ପୋଷ୍ଟରେ ସମସ୍ତଙ୍କ ନଜର ପ୍ୟାଲେସର ଶିଖରରେ ଲାଗିଥିବା ଏକ ପତାକା ଆଡକୁ ପଡିଥିଲା । ଏହା ପରେ, ୟୁଜର୍ସ ମାନେ ପ୍ୟାଲେସରେ କାହାର ପତାକା ଲାଗିଛି ବୋଲି କମେଣ୍ଟ କରିବା ଆରମ୍ଭ କରିଥିଲେ ।

ତେବେ ପଟୌଦି ପ୍ୟାଲେସରେ ଲାଗିଥିବା ଏହି ପତାକା ପଟୌଦି ରାଜ୍ୟ ର ଅଟେ । ଯାହା ପୂର୍ବରୁ ଭାରତର ଏକ ଛୋଟ ରାଜ୍ୟ ଭାବେ ରହିଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ସମୟରେ ଏହା 1804 ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ରାଜ୍ୟର ପ୍ରଥମ ନବାବ ସୈଫ ଅଲି ଖାନ ଙ୍କର ପୂର୍ବଜ ଫୈଜ ତଲବ ଖାନ ଥିଲେ । ଯିଏ ଆଫଗାନିସ୍ତାନରୁ ଭାରତ ଆସିଥିଲେ ।

Comments are closed.