Latest Odisha News

BREAKING NEWS

ପୁଣି ବିବାହ କରିପାରନ୍ତି କରିସ୍ମା କପୁର୍

ଭୁବନେଶ୍ୱର: କପୁର୍ ବଂଶର ଚର୍ଚ୍ଚିତ କନ୍ୟା କରିସ୍ମା କପୁର୍ ପୁଣି ବିବାହ କରିବେ। ଖୋଲା ଖୋଲି ବିସଦ୍ ଭାବେ କହି ନାହାନ୍ତି। ହେଲେ ହାଲୁକା ହିଣ୍ଟ ଦେଇଛନ୍ତି କରିସ୍ମା।

BjdElectrycity

୨୦୦୩ ରେ କରିସ୍ମା ପ୍ରଥମ ବିବାହ କରିଥିଲେ। ଦିଲ୍ଲୀ ର ପ୍ରତିଷ୍ଠିତ ବ୍ୟବସାୟୀ ସଂଜୟ କପୁରଙ୍କ ସହ ୧୩ ବର୍ଷ ବୈବାହିକ ଜୀବନ ବିତାଇଥିଲେ କରିସ୍ମା।

୨୦୧୬ରେ କରିସ୍ମା, ସଂଜୟଙ୍କ ଠାରୁ ଛାଡପତ୍ର ନେଇଥିଲେ। ଏବେ କରିସ୍ମା ଦୁଇ ସନ୍ତାନଙ୍କ ମା। ପୁଅ କିଆନ୍ ରାଜ୍ ଓ ଝିଅ ସମାଇରା କପୁର୍।

ଗୁରୁବାର ଇନଷ୍ଟାଗ୍ରାମ ରେ କରିସ୍ମା ଭବିଷ୍ୟତ ବିବାହ କଥା ହିଣ୍ଟ ଦେଇଥିଲେ। ପୂର୍ବରୁ ସୋସିଆଲ ମିଡିଆ ଠୁ ଦୂରରେ ରହୁଥିବା କରିସ୍ମା ଏବେ ଅଧିକାଂଶ ସମୟ ଦେଖିବାକୁ ମିଳୁଛନ୍ତି।

ଗୁରୁବାର କରିସ୍ମା ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଂଗ୍’ ରେ ଆସିଥିଲେ। ଲେଖିଥିଲେ, ‘କିଛି ପ୍ରଶ୍ନର ଉତ୍ତର ଦେବା ମୁଡ୍ ରେ’।ଜଣେ ଫ୍ୟାନ୍ ଏହି ସୁଯୋଗରେ ପଚାରିଥିଲେ, ‘ଆଉ ଥରେ ବିବାହ କରିବେ କି?’

କରିସ୍ମା ଏଥିରେ ଉତ୍ତର ଦେଇଛନ୍ତି, ‘ନିର୍ଭର କରୁଛି’। ଅର୍ଥାତ୍ ଆଗକୁ ପରିସ୍ଥିତି ଦେଖି ସେ ଚିନ୍ତା କରିବେ। କରିସ୍ମାଙ୍କ ଏହି ପ୍ରଶ୍ନୋତ୍ତର ଷ୍ଟୋରୀ ଦେଖି କିଛି ଫ୍ୟାନ୍ ବିବାହ ଆଶା ପ୍ରକଟ ହେଉଥିବା ଆଲୋଚନା କରୁଛନ୍ତି।

Leave A Reply

Your email address will not be published.