ମୁମ୍ବାଇ: କରିସ୍ମା କପୁରଙ୍କୁ ଏହି ସପ୍ତାହ ଶେଷରେ ଇଣ୍ଡିଆନ୍ ଆଇଡଲ୍ ୧୨ରେ ବିଶେଷ ଅତିଥି ଭାବରେ ଦେଖିବାକୁ ମିଳିଥିଲା। ତେବେ ଫିଲ୍ମ ଦିଲ୍ ତୋ ପାଗଲ୍ ହୈକୁ ନେଇ ସେ ଏକ ମଜାଦାର ରହସ୍ୟ ଖୋଲିଥିଲେ।
୧୯୯୭ରେ ଫିଲ୍ମ ଦିଲ୍ ତୋ ପାଗଲ ର୍ହେ ମୁକ୍ତିଲାଭ କରିଥିଲା। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ଶାହାରୁଖ୍ ଖାନ୍ଳ ମାଧୁରୀ ଦୀକ୍ଷିତ୍ ଏବଂ କରିସ୍ମା କପୁର। ଫିଲ୍ମରେ ପ୍ରତ୍ୟେକ ଚରିତ୍ରଙ୍କ ଅଭିନୟ ବେଶ୍ ଉଚ୍ଚକୋଟ୍ଟୀର ଥିଲା। ଏଥିରେ କରିସ୍ମା ନିଶା ଭୂମିକାରେ ଅଭିନୟ କରିଥିଲେ। ଏହା ଏକ ରୋମାଣ୍ଟିକ୍ ଡାନ୍ସ ବେସ୍ଡ ମୁଭି ଥିଲା।
ତେବେ ଆପଣ ଜାଣନ୍ତି କି କରିସ୍ମା ମାଧୁରୀଙ୍କ କାରଣରୁ ପ୍ରଥମେ ଦିଲ୍ ତୋ ପାଗଲ୍ ହୈକୁ ପ୍ରତ୍ୟାଖାନ କରିଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମାଧୁରୀଙ୍କ ସହ ନୃତ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଡରୁଥିଲେ କରିସ୍ମା ଆଉ ସେଥିପାଇଁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ। ପରେ ମା ବବିତାଙ୍କ କପୁର ତାଙ୍କୁ ଏହି ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ ବୋଲି କହନ୍ତି କରିସ୍ମା।
Comments are closed.