Latest Odisha News

BREAKING NEWS

ପୋଲିସ ଡିଜିଙ୍କୁ ଦାବିପତ୍ର ଦେଲେ ମୃତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ବାପା

କଟକ: ମୃତ୍ୟୁର ୭ ଦିନ ପରେ ବି ରହସ୍ୟଘେରରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର । ପୋଲିସ ଡିଜିଙ୍କୁ ଦାବି ପତ୍ର ଦେବାକୁ ସେ ଆସିଛନ୍ତି ।

ଦାବିପତ୍ରରେ ୩ ଜଣଙ୍କର ଲାଇ ଡିଟେକସନ୍ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ସୌମ୍ୟଙ୍କ ପତ୍ନୀ ତଥା ବୋହୂ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ଏବଂ ରୋଷେୟାଙ୍କ ଲାଇ ଡିଟେକସନ୍ ଟେଷ୍ଟ ସହ ରହସ୍ୟଜନକ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ କଠରୋ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅଭିରାମ ମହାପାତ୍ର ଡିଜିପିଙ୍କୁ ଦେଇଥିବା ଦାବିପତ୍ରରେ ସାଂଘାତିକ ତଥ୍ୟ ଉଲ୍ଲେଖ କରିଛନ୍ତି । ଘଟଣା ପଛରେ ଗଜପତିର ଜଣେ ମହିଳା ଇନ୍ସପେକ୍ଟରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି । ସଂପୃକ୍ତ ମହିଳା IIC ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସଂପର୍କୀୟ । ଘଟଣା ଦିନ ରାସ୍ତାରେ ସଂପୃକ୍ତ ମହିଳା IIC ଆମ୍ବୁଲାନ୍ସ ଅଟକାଇଥିଲେ ବୋଲି ଦାବିପତ୍ରରେ ସୌମ୍ୟଙ୍କ ବାପା ଉଲ୍ଲେଖ କରିଥିବା ସୂଚନା ମିଳିଛି ।

ସେପଟେ ଆଜି ବାଲେଶ୍ୱର ଖଇରା ସ୍ଥିତ ସୈମ୍ୟରଞ୍ଜନଙ୍କ ଘରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ଏକ ୫ ଜଣିଆ ତଦନ୍ତକାରୀ ଟିମ୍ । ସୌମ୍ୟଙ୍କ ମାଆ, ମାଇଁ ଓ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ବି ବୟାନ ରେକର୍ଡ ହୋଇପାରେ । ବିଦ୍ୟାଭାରତୀ ଏବେ ବାପଘର ମୟୂରଭଞ୍ଜର କପ୍ତିପଦାରେ ଅଛନ୍ତି । ପୋଲିସ ୩ ଜଣଙ୍କ ନାଁରେ ହତ୍ୟା ଓ ଷଡ଼ଯନ୍ତ୍ର ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.