Latest Odisha News

ରଣବୀର ଓ ଆଲିଆଙ୍କ ମେହନ୍ଦି ସେରିମନି ଫଟୋ ସେୟାର କଲେ କରିସ୍ମା କପୁର

ମୁମ୍ବାଇ : ଆଜି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ୧୩ ଏପ୍ରିଲ ବୁଧବାର ଦିନ ରଣବୀର ଓ ଆଲିଆ ଭଟ୍ଟଙ୍କ ମେହେନ୍ଦି ସେରିମନି ହୋଇଯାଇଛି । ଏହି କପୁଲଙ୍କ ମେହେନ୍ଦି ସେରିମନିରେ ବଲିଉଡର ବହୁ ନାମି ଦାମି କଳାକାର ସାମିଲ ହୋଇଥିଲେ । ଏହି ମେହେନ୍ଦି ଫଙ୍କସନରେ ବଲିଉଡ ବିୟୁଟି କରିନା କପୁର ଓ କରିସ୍ମା କପୁର ମଧ୍ୟ ସାମିଲ ହୋଇଥିଲେ ।

କରିସ୍ମା କପୁର ନିଜ ପାଦରେ ମେହେନ୍ଦି ଲଗାଇ  ତାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରଣବୀର ଓ ଆଲିଆଙ୍କ ମେହେନ୍ଦି ସେରିମନି ସିକ୍ରେଟରେ ହେଉଥିବା ବେଳେ  ନିଜ ପାଦରେ ମେହେନ୍ଦି ଲଗାଇଥିବା ଫଟୋ ଇଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ କରିସ୍ମା କପୁର ଏବଂ ଏହି ଫଟୋ କ୍ୟାପସନରେ କରିସ୍ମା ଲେଖିଛନ୍ତି ଆଇ ଲଭ୍ ମେହେନ୍ଦି ।

ଆଲିଆଙ୍କ ମେହେନ୍ଦୀ ଦେଖିବାପାଇଁ ଫ୍ୟାନ ମାନେ ଅପେକ୍ଷାରେ ଅଛନ୍ତି । ଏହି ମେହେନ୍ଦି ଫଙ୍କସନ୍ ରଣବୀର କପୁରଙ୍କ ଘର ବାସ୍ତୁରେ ରଖାଯାଇଥିଲା । ଏହି ମେହେନ୍ଦି ଫଙ୍କସନରେ ଆଲିଆ ଓ ରଣବୀରଙ୍କ ବିବାହ ଡେଟ୍ ଘୋଷଣା କରିଥିଲେ ରଣବୀର କପୁରଙ୍କ ମା ନୀତୁ କପୁର । ୧୪ ଏପ୍ରିଲ ଅର୍ଥାତ୍ ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ନୀତୁ କପୁର ଘୋଷଣା କରିଛନ୍ତି । ରଣବୀର ଓ ଆଲିଆଙ୍କ ବିବାହ ଫଙ୍କସନ୍ ୧୪ ଏପ୍ରିଲ ଦିନ ୯ଟାରୁ ଆରମ୍ଭ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.