Latest Odisha News

କର୍ଣ୍ଣାଟକରେ ଚାଲିଛି ମତଦାନ; ଭୋଟ ଦେବା ପାଇଁ ସବୁ ଭୋଟରଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ।  କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ । ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ରାଜ୍ୟରେ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିବେ । ସାରା ରାଜ୍ୟରେ ୫୮ ହଜାର ୫୪୫ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଚଳିତ ନିର୍ବାଚନରେ ୯ ଲକ୍ଷ ୧୭ ହଜାରରୁ ଅଧିକ ଭୋଟର ପ୍ରଥମ ଥର ପାଇଁ ମତସାବ୍ୟସ୍ତ କରିବା ପାଇଁ ଯାଉଛନ୍ତି ।

ଆଜିର ମତଦାନ ମୋଟ୍ ୨୬୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ବିଜେପି ସମସ୍ତ ୨୨୪ ଆସନରେ ଲଢୁଥିବାବେଳେ କଂଗ୍ରେସ ୨୨୩ ଆସନ, ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ସେହିପରି ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି ।

ମେ ୧୩ ତାରିଖ ଭୋଟ ଗଣତି । ଏଠାରେ ମୁଖ୍ୟ ଲଢେଇ ବିଜେପି-କଂଗ୍ରେସ-ଜେଡିଏସ ମଧ୍ୟରେ ହେବ । ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଶେଷ ପର‌୍ୟ୍ୟନ୍ତ ଜୋରଦାର ପ୍ରଚାର କରିଥିଲେ । ସେହିପରି କଂଗ୍ରେସ ଏବଂ ଜେଡିଏସ ପକ୍ଷରୁ ପୁରା ଦମ ଦେଇ ହୋଇଥିଲା ପ୍ରଚାର । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା, ସୋନିଆ ଜୋରଦାର ପ୍ରଚାର କରିଥିଲେ ।

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଭୋଟ ଦେବା ସହ କର୍ଣ୍ଣାଟକର ସମସ୍ତ ଭୋଟର ଖୁବ ଶୀଘ୍ର ଆସି ଭୋଟ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ନିର୍ବାଚନରେ ଭାଜପା ପୂର୍ଣ୍ଣ ବହୁମତ ସହ ଆସିବ ବୋଲି କହିଛନ୍ତି ୟେଦୁାପ୍ପା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଧିକ ସଂଖ୍ୟକ ଲୋକ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ସୂଚନାଥାଉ କି, ଆଜି ଓଡ଼ିଶାର ଝାରସୁଗୁଡା ବିଧାନସଭା ଆସନ ସମେତ ପଞ୍ଜାବର ଜଳନ୍ଧର, ଉତ୍ତରପ୍ରଦେଶର ସ୍ୱାର ଟାଣ୍ଡା, ଛାନବେ, ମେଘାଳୟର ସେହିୟୋଙ୍ଗ ବିଧାନସଭା ଆସନରେ ହେଉଛି ଉପନିର୍ବାଚନ ।

Comments are closed.