Latest Odisha News

BREAKING NEWS

ସଙ୍କଟରେ କର୍ଣ୍ଣାଟକ ରାଜନୀତି: ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ବିରୋଧରେ ବିଧାୟକଙ୍କ ଅଭିଯୋଗ

ବେଙ୍ଗାଲୁରୁ: ଏବେ ନୂଆ ମୋଡ଼ରେ ପହଞ୍ଚିଛି କର୍ଣ୍ଣାଟକର ରାଜନୈତିକ ସଙ୍କଟ । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର ରମେଶ କୁମାର ସମସ୍ତ ଅସନ୍ତୁଷ୍ଟ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ନିକଟରେ ଫେରାଦ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଇତିମଧ୍ୟରେ ଶାସକ ଜେଡ଼ିଏସ ଏବଂ କଂଗ୍ରେସ ଦଳର ଇସ୍ତଫା ପ୍ରଦାନ କରିଥିବା ପ୍ରାୟ ୧୦ ଜଣ ବିଧାୟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି । ସେମାନଙ୍କର ଅଭିଯୋଗ ହେଉଛି ଯେ, ବାଚସ୍ପତି ସେମାନଙ୍କର ଇସ୍ତଫାପତ୍ର ଗ୍ରହଣ କରିବାରେ ଅଯଥା ବିଳମ୍ବ କରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ସପ୍ତାହକ ତଳେ କର୍ଣ୍ଣାଟକ ବିଧାନସଭାର ଉଭୟ ଜେଡ଼ିଏସ ଏବଂ କଂଗ୍ରେସ ଦଳର ପ୍ରାୟ ୧୦ ଜଣ ବିଧାୟକ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ପ୍ରଦାନ କରିଥିଲେ । ସେମାନେ ତାଙ୍କର ଇସ୍ତଫାପତ୍ର କର୍ଣ୍ଣାଟକ ବିଧାନସଭାର ବାଚସ୍ପତିଙ୍କ ନିକଟକୁ ପଠାଇଦେଇଥିଲେ । ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଯାଇଥିଲା । ଏହି ଅସନ୍ତୁଷ୍ଟ ବିଧାୟକଙ୍କୁ ମିଶାଇ ସମୁଦାୟ ୧୩ ଜଣ ବିଧାୟକଙ୍କ ଅନୁପସ୍ଥିତିରେ ସରକାର ଭାଙ୍ଗିଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ସେପଟେ ଏହି ସୁଯୋଗରେ ବିରୋଧୀ ବିଜେପି ନେତା ବି ଏସ ୟେଦିୟୁରାପ୍ପା ଶାସନ କ୍ଷମତାକୁ ନିଜ ଅକ୍ତିଆର କରିବାକୁ ତତ୍ପର ହୋଇଉଠିଛନ୍ତି ।

ମାତ୍ର, ବାଚସ୍ପତିଙ୍କ କହିବାନୁଯାୟୀ, ଇସ୍ତଫା ପ୍ରଦାନ କରିଥିବା ବିଧାୟକମାନେ ପ୍ରକୃତରେ ସ୍ୱତଃପ୍ରବୃତ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି କି ନାହିଁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.