Latest Odisha News

BREAKING NEWS

ରେକର୍ଡ କଲେ ଦୂତି ଚାନ୍ଦ, ପ୍ରଥମ ଭାରତୀୟ ମହିଳା ଭାବେ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ରେ ସ୍ୱର୍ଣ୍ଣ ହାସଲ

ଭୁବନେଶ୍ୱର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ‘ୱାର୍ଲ୍ଡ ୟୁନଭସିଟି ଗେମ୍ସ’ରେ ଓଡିଆ ଧାବିକା ଦୂତୀ ଚାନ୍ଦ ୧୦୦ମି. ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି । ଏଥିସହ ସେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ପଦକ ହାସଲ କରିଛନ୍ତି ।

ଦୂତୀ ସୋମବାର ଦିନ ସେମିଫାଇନାଲ୍ ଇଭେଣ୍ଟରେ ୧୧.୪୧ ସେକେଣ୍ଡ୍ ରେକର୍ଡ କରି ଫାଇନାଲରେ ପ୍ରବେଶ କରିଥିଲେ । ପରେ ସେ ୧୧.୩୨ ସେକେଣ୍ଡରେ ୧୦୦ମି. ଦୂରତା ଅତିକ୍ରମ କରି ଏହି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରୁ ଏକମାତ୍ର ଆଥଲେଟ୍ ଭାବେ ଦୂତୀ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ରେ ଖେଳିବା ଲାଗି ଜାତୀୟ ଦଳରେ ସ୍ଥାନ ପାଇପାରିଥିଲେ ।

Leave A Reply

Your email address will not be published.