ବେଙ୍ଗାଲୁରୁ : ଥମୁନି କାବେରୀ ନଦୀ ଜଳ ବିବାଦ । ତାମିଲନାଡ଼ୁକୁ କାବେରୀ ନଦୀ ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରାଯାଉଛି । ଆଜି ଏନେଇ କର୍ଣ୍ଣାଟକରେ ବନ୍ଦ ପାଳନ କରାଯାଉଛି । ବିଭିନ୍ନ କନ୍ନଡ ଚାଷୀ ସଂଗଠନ ଏହାକୁ ସମର୍ଥନ କରୁଛନ୍ତି । ରାଜ୍ୟର ସମସ୍ତ ହୋଟେଲ, ଅଟୋରିକ୍ସା ଏବଂ କାର୍ ଚାଳକ ସଂଘ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି । ତେଣୁ ଆଜି ରାଜ୍ୟରେ ସମସ୍ତ ସ୍କୁଲ , କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି ।
ଯାନବାହନ ଚଳାଚଳ ବନ୍ଦ ରହିଥିବାବେଳେ ବିମାନ ଗୁଡିକୁ ମଧ୍ୟ ବାତିଲ କରାଯାଇଛି । ଗାଡି ମଟର ଚଳାଚଳ ବନ୍ଦ ଥିବାରୁ ଜନଜୀବନ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଲାଗି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବେଙ୍ଗାଲୁରୁ, ମାଣ୍ଡଓ୍ବା, , ମହୀଶୁର, ରାମନଗର ଆଦି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ଏମିତିକି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
Comments are closed.