Latest Odisha News

କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ; କଟକଣା ସତ୍ତ୍ବେ କଲେ ମନ୍ଦିର ପରିଦର୍ଶନ

କର୍ଣ୍ଣାଟକ: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଉଛି। କର୍ଣ୍ଣାଟକରେ ମଧ୍ୟ କୋଭିଡ୍ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେଉଛି। ଆନ୍ତଃରାଜ୍ୟ ଭ୍ରମଣ ତଥା ଧାର୍ମିକ ସ୍ଥାନ ପରିଦର୍ଶନ ଉପରେ ମଧ୍ୟ କଡା କଟକଣା ଜାରି କରାଯାଇଛି।

ଏହା ଭିତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ପୁଅ କୋଭିଡ୍‌ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପୁଅ ବି.ୱାଇ ବିଜୟେନ୍ଦ୍ର କରୋନା କଟକଣା ସ‌ତ୍ତ୍ବେ ନାନଜଙ୍ଗଡସ୍ଥିତ ଶ୍ରୀକାନ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ।

କୋଭିଡ୍‌ ନିୟମ ଉଲ୍ଲଘଂନ କରି ବି.ୱାଇ ବିଜୟେନ୍ଦ୍ର ଏବଂ ତାଙ୍କ ପତ୍ନୀ ମନ୍ଦିର ପରିଦର୍ଶନ କରିଥିଲେ। ଏହାକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପୁଅ ବି.ୱାଇ ବିଜୟେନ୍ଦ୍ର।

କର୍ଣ୍ଣାଟକରେ କୋଭିଡ୍ ଲକଡାଉନ୍ ବଳବତ୍ତର ରହିଥିବା ବେଳେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.