Latest Odisha News

BREAKING NEWS

ଦାଦନ ଶ୍ରମିକଙ୍କୁ ନିର୍ମମ ହତ୍ୟା, ବେଙ୍ଗାଳୁରୁରେ ପଡିଛି ମୃତଦେହ

ବାରିପଦା: ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ଶ୍ରମିକଙ୍କ ଘର ମୟୁରଭଂଜ ଜିଲ୍ଲା ଶରତ ଗାଁ । ବେଙ୍ଗାଳୁରୁରେ ତାଙ୍କ ମୃତ୍ୟୁ ହୋଇଥିଲାବେଳେ ମୃତଦେହକୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ତାଙ୍କ ପରିବାର ଲୋକେ ।

ଶରତ ଗାଁର ଶ୍ରୀଧର ସେଠୀଙ୍କ ଏକମାତ୍ର ପୁଅ ସୁବ୍ରତ ସେଠୀ । ବେଙ୍ଗାଳୁରୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ଆଜି ସକାଳୁ ଭଡାଘର ସମ୍ମୁଖରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲେ ବି ସେମାନେ ଉପାୟଶୂନ୍ୟ ହୋଇପଡିଛନ୍ତି ।

ଆଜି ସକାଳୁ ସୁବ୍ରତଙ୍କ ମୃତ୍ୟୁ ଖବର ପାଇଥିଲେ ବି ତାଙ୍କ ପରିବାର ଲୋକେ ଆଖିରୁ ଲୁହ ଝରାଇବା ସହ ଆଉ କିଛି କରିବାରେ ସକ୍ଷମ ନୁହଁନ୍ତି । ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛି ତାଙ୍କ ପରିବାର । ମୃତଦେହକୁ ଫେରାଇ ଆଣିବା ପାଇଁ ପାଖରେ ସମ୍ଭଳ ନାହିଁ କି ପରିସ୍ଥିତି ବି ଅନୁକୂଳ ନୁହେଁ ।

ଲକଡାଉନ୍ ଓ ସଟଡାଉନ୍ କଟକଣାରେ ଅନୁମତି ସହ ମୃତଦେହକୁ ଆଣିବା ତାଙ୍କ ପକ୍ଷେ କାଠିକର ପାଠ ।ଏଥିପାଇଁ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲାବେଳେ ସହଯୋଗ ପାଇଁ ପ୍ରତିଶ୍ରୁତି ମିଳିଛି । ଅପରପକ୍ଷେ ସୁବ୍ରତଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବାବେଳେ ଏବେ ବି ରହସ୍ୟଘେରରେ ହତ୍ୟା ମାମଲା ।

Leave A Reply

Your email address will not be published.