Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ: ସୁପ୍ରିମକୋର୍ଟ ଜାରି କଲେ ସ୍ଥିତାବସ୍ଥା, ୧୬ରେ ଶୁଣାଣି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ଅଚଳାବସ୍ଥାକୁ ନେଇ ସୁପ୍ରିମକୋର୍ଟ ଆଜି ତାଙ୍କ ଶୁଣାଣିରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଏବେ ଅଦାଲତ ସ୍ଥିତାବସ୍ଥା ଜାରି କରିବା ସହିତ ଆଗାମୀ ଜୁଲାଇ ୧୬ ତାରିଖରେ ଏସମ୍ପର୍କିତ ଚୂଡ଼ାନ୍ତ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିବା ପରେ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀଙ୍କୁ ଆଶ୍ୱସ୍ତି ମିଳିପାରିଛି । କାରଣ ଆସନ୍ତା ୧୬ ତାରିଖ ଯାଏଁ ସେ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିବେ ।

ଅଦାଲତଙ୍କ ପକ୍ଷରୁ ଏହି ସ୍ଥିତାବସ୍ଥା ଜାରି ହେବା ଫଳରେ ଏବେ ବାଚସ୍ପତି ବିଧାୟକମାନଙ୍କ ଇସ୍ତଫା ଗ୍ରହଣ କରିପାରିବେ ନାର୍ହିଁ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଆଗାମୀ ୧୬ ତାରିଖରେ ହେବାକୁ ଥିବା ଅଦାଲତଙ୍କ ଶୁଣାଣି ଅନୁଯାୟୀ ଯାହାକିଛି ପଦକ୍ଷେପ ଗ୍ରହଣ କରାଯାଇପାରିବ ।

ିବିଧାୟକଙ୍କ ଇସ୍ତଫା ଓ ବୈଧତା ନେଇ ବିଧାନସଭାରେ କୌଣସି ନିଷ୍ପତ୍ତି ଗ୍ରହଣ ନ’କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିିସହିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ଲାଗି ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ବିଧାନସଭାର ୧୦ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବାରେ ଅଯଥା ବିଳମ୍ବ କରିବାନେଇ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏହି ବିଧାୟକମାନେ ଅଭିଯୋଗ କରିଥିଲେ । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ରମେଶ କୁମାର ସେମାନଙ୍କ ଇସ୍ତଫାପତ୍ର ଜାଣିଶୁଣି ଗ୍ରହଣ ନକରି ଅଯଥା ବିଳମ୍ବ କରୁଛନ୍ତି ବୋଲି ଅସନ୍ତୁଷ୍ଟ ବିଧାୟକମାନେ ଅଭିଯୋଗ କରିଥିଲେ । ଅଯଥା ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଥିବାର ଅଭିଯୋଗ କରିଥିବା ନେଇ ବିଧାୟକମାନେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.