Latest Odisha News

BREAKING NEWS

କାଜୁ ପିସ୍ତାବାଦାମ କୁଲଫି

ପ୍ରାୟ ସମସ୍ତେ ଆଇସକ୍ରିମ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ତେବେ ଜାଣନ୍ତୁ ଘରେ ଅତି ସହଜରେ କିପରି ପ୍ରସ୍ତୁତ କରିବେ କାଜୁ ପିସ୍ତାବାଦାମ କୁଲଫି

ଆବଶ୍ୟକୀୟ ସାମଗ୍ରୀ :
ପିସ୍ତା ବାଦାମ : ୫୦ଗ୍ରାମ
ଚିନି : ମିଠା ଅନୁସାରେ
କ୍ଷୀର : ୧/୨କପ
କଣ୍ଡେନସଡ଼ ମିଲ୍କ: ୩ଚାମଚ
ଅଳେଇଚ : ୩ଟି
ପାଚିଲା ଆମ୍ବ : ୧ଟି
କାଜୁ :୫୦ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ : ଭଲ ରସ ଥିବା ଆମ୍ବକୁ ଆଣି ଛୋଟ ଛୋଟ କରି କାଟି ଦିଅନ୍ତୁ । ଏହା ପରେ ଏହି କଟା ଆମ୍ବ ଓ କ୍ଷୀରକୁ ପକାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏହାପରେ ସେଥିରେ ଚିନି ଓ କଣ୍ଡେନସଡ଼ ମିଲ୍କ ପକାଇ ପୁଣି ଗ୍ରାଇଣ୍ଡିଙ୍ଗ କରନ୍ତୁ । ମିଶ୍ରଣକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ । ଅଳେଇଚକୁ ଭଲଭାବେ ଗୁଣ୍ଡ କରିନିଅନ୍ତୁ । ଏହାପରେ କୁଲଫି ଛାଞ୍ଚରେ ପକାଇ ସେଥିରେ କାଠି ଦେଇ ଅଳେଇଚଗୁଣ୍ଡ ପକାଇ ପ୍ରିଜରରେ ରଖି ଦିଅନ୍ତୁ । ୩ରୁ୪ ଘଣ୍ଟା ପରେ ବାହାର କରି ଉପରେ କାଜୁ ପିସ୍ତା ଦେଇ ସର୍ଭ କରନ୍ତୁ କାଜୁ ପିସ୍ତାବାଦାମ କୁଲଫି

Leave A Reply

Your email address will not be published.