ବେଙ୍ଗାଲୁରୁ: ସୋସିଆଲ ମିଡିଆ ବ୍ୟବହାରକୁ ନେଇ ବଡ଼ ପଦକ୍ଷପ ନେଇଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟରେ ୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ କରାଗଲା । ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଦେଶରେ ପ୍ରଥମ ରାଜ୍ୟ ଭାବରେ କର୍ଣ୍ଣାଟକ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ଚଳିତ ବର୍ଷ ରାଜ୍ୟରେ ବଜେଟ୍ ଆଗତ ବେଳେ ମୁଖ୍ୟମନ୍ତ୍ରୀ ଏହି ନିୟମ ଲାଗୁ କରିବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆର ନକରାତ୍ମକ ପ୍ରଭାବରୁ ଶିଶୁଙ୍କୁ ଦୂରରେ ରଖିବାକୁ ଏହି ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ନିଆଯାଇଥିବା ନେଇ ସୂଚନାମିଳିଛି ।
କର୍ଣ୍ଣାଟକ ସୂଚନା ପ୍ରଯୁକ୍ତି ଏବଂ ବାୟୋଟେକ୍ନୋଲୋଜି (IT&BT) ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଜାନୁଆରୀ ୩୦ ତାରିଖରେ କର୍ଣ୍ଣାଟକ ବିଧାନସଭାରେ କହିଥିଲେ ଯେ, ସୋସିଆଲ ମିଡିଆ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବା ପାଇଁ କିଛି ପଦକ୍ଷେପ ଆଣିବାକୁ ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି ।
Comments are closed.