Latest Odisha News

BREAKING NEWS

କଂଗ୍ରେସକୁ ଆଶ୍ୱସ୍ତି: ବନ୍ଦ ହେବନି ଦଳର ଟ୍ବିଟର ଆକାଉଣ୍ଟ

ବେଙ୍ଗାଲୁରୁ: କଂଗ୍ରେସକୁ କପିରାଇଟ କେସରେ ଆଶ୍ୱସ୍ତି। ତଳ କୋର୍ଟର ଆଦେଶ ଉପରେ ରୋକ୍ ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ। ତେଣୁ କଂଗ୍ରେସ ଦଳର ଟ୍ୱିଟର ଆକାଉଣ୍ଟ ଏବଂ ଏହାର ଭାରତ ଯୋଡ଼ୋ ଯାତ୍ରାର ଟ୍ବିଟର ଆକାଉଣ୍ଟ ବ୍ଲକ ହୋଇପାରିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର କିନ୍ତୁ ବେଙ୍ଗାଲୁରୁର ଏକ ସ୍ଥାନୀୟ କୋର୍ଟ କଂଗ୍ରେସ ଏବଂ ଏହାର ‘ଭାରତ ଯୋଡ଼ୋ ଯାତ୍ରା’ର ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଚ୍ଯାଲେଞ୍ଜ କରି ଦଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା।

ଏମଆରଟି ମ୍ୟୁଜିକ୍ କଂଗ୍ରେସ ନାଁରେ ଏକ ମକଦ୍ଦମା ଦାୟର କରିଥିଲା।ଏମଆରଟି ମ୍ୟୁଜିକ୍ ହେଉଛି ‘KGF 2’ ଫିଲ୍ମର ‘ସାଉଣ୍ଡ ଟ୍ରାକ୍’ର ନିର୍ମାତା। କୋର୍ଟରେ ମାମଲା ଦାୟର କରି ସଂପୃକ୍ତ କମ୍ପାନୀ କହିଥିଲା, କଂଗ୍ରେସ ଏବଂ ଭାରତ ଯୋଡ଼ୋ ଯାତ୍ରା ଟ୍ୱିଟର ହ୍ୟାଣ୍ଡେଲରେ କିଛି ଭିଡିଓ ଟ୍ୱିଟ୍ ହୋଇଛି । ଯେଉଁଥିରେ KGF-2ର ବ୍ୟବହାର କରାଯାଇଥିଲା। ଏହି କପିରାଇଟ୍ କେସର ଶୁଣାଣି କରି ହାଇକୋର୍ଟ ଟ୍ବିଟର ଆକାଉଣ୍ଟ ସାମୟିକ ସମୟ ପାଇଁ ବନ୍ଦ ବା ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.