Latest Odisha News

BREAKING NEWS

ଚର୍ଚ୍ଚାରେ ଟିମ ଇଣ୍ଡିଆ ସିନିୟରଙ୍କ ଖେଳୁଆଡ ମନୋଭାବ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଭାରତୀୟ ଦଳ ମେଲବୋର୍ଣ୍ଣରୁ ଆଡିଲେଡ ବିମାନ ଯୋଗେ ପଂହଚି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଯାତ୍ରା ସମୟରେ ଟିମ ଇଣ୍ଡିଆ ସିନିୟର ଖେଳାଳିଙ୍କ ଖେଳୁଆଡ ମନୋଭାବ ସବୁଠାରୁରେ ଚର୍ଚ୍ଚିତ ଓ ପ୍ରଶଂସିତ ହେଉଛି । ମେଲବୋର୍ଣ୍ଣରୁ ଆସିବା ପାଇଁ ୩ ଘଂଟା ସମୟ ଲାଗିଥାଏ । ବିମାନରେ ଆଇସିସି ନିୟମ ଅନୁସାରେ ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଜନେସ କ୍ଲାସ ସିଟ ମିଳିଥିଲା । ଅନ୍ୟମାନଙ୍କୁ ଇକୋନୋମୀ କ୍ଲାସ ମିଳିଥିଲା । ତେବେ ବୋଲରମାନଙ୍କୁ ବିଶ୍ରାମର ଅଧିକ ଆବଶ୍ୟକତା ଥିବାରୁ ଉପରୋକ୍ତ ୩ ସିନିୟର ଖେଳାଳି ସେମାନଙ୍କ ସିଟ ମହମ୍ମଦ ସାମୀ, ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡି ଦେଇଥିଲେ ।

ବିଜନେସ କ୍ଲାସରେ ଗୋଡ ଲମ୍ବାଇ ଆରାମରେ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥାଏ । ଆଇସିସି ନିୟମ ଅନୁସାରେ ଗୋଟିଏ ଟିମକୁ ୪ଟି (କୋଚ, ଅଧିନାୟକ, ଉପ ଅଧିନାୟକ ଓ ସିନିୟର ଖେଳାଳି) ବିଜନେସ କ୍ଲାସ ସିଟ ମିିଳିଥାଏ । ଟିମ ଇଣ୍ଡିଆର ଜଣେ ସହଯୋଗୀ ଷ୍ଟାଫ ଏହା ପ୍ରକାଶ କରିବା ପରେ ପ୍ରଶଂସକମାନେ ଦଳ ମଧ୍ୟରେ ଥିବା ବୁଝାମଣା ଓ ଖେଳୁଆଡ ମନୋଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆରେ ଖେଳାଳିମାନଙ୍କୁ ଉପଯୁକ୍ତ ବିଶ୍ରମା ମିଳି ପାରୁ ନାହିଁ ।

Leave A Reply

Your email address will not be published.