Latest Odisha News

BREAKING NEWS

କର୍ଣ୍ଣାଟକ ସିଭିଲ ସର୍ଭିସ ପରୀକ୍ଷା; ହିଜାବକୁ ଅନୁମତି, ମଙ୍ଗଳସୂତ୍ରକୁ ନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି। ଏଠାରେ, ସିଭିଲ୍ ସର୍ଭିସ୍ ବା ଲୋକସେବା ଆୟୋଗ ପରୀକ୍ଷା  ସମୟରେ ହିନ୍ଦୁ ଛାତ୍ରୀମାନଙ୍କୁ ମଙ୍ଗଳସୂତ୍ର ହଟାଇବାକୁ ବାଧ୍ୟ କରାଯାଉଥିବା ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଯେଉଁ ହିନ୍ଦୁ ଛାତ୍ରୀମାନେ ମଙ୍ଗଳସୂତ୍ର ପିନ୍ଧିଛନ୍ତି ସେମାନେ ତାଙ୍କ ବେକରୁ ତାହା ହଟାଇ ପରୀକ୍ଷା ଗୃହକୁ ପ୍ରବେଶ କରିବେ। କେବଳ ସେତିକି ନୁହେଁ ପରୀକ୍ଷା କେନ୍ଦ୍ରରେ ଛାତ୍ରୀଙ୍କୁ ମୁଦି, କାନଫୁଲ ଇତ୍ୟାଦି ସମସ୍ତ ଅଳଙ୍କାର ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ହିନ୍ଦୁ ଛାତ୍ରମାନଙ୍କ ପ୍ରତି ଏହି ଆଚରଣ ବର୍ତ୍ତମାନ ବିବାଦାର କାରଣ ପାଲଟିଛି। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ବସନଗୌଡା ଯତନାଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପଦକ୍ଷେପ, ଆଚରଣ ଏବଂ ଏହି ନିୟମ କେବଳ ହିନ୍ଦୁ ଛାତ୍ରୀଙ୍କ ପାଇଁ କରାଯାଇଛି କି ବୋଲି ଆଚରଣ ଉପରେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଯେଉଁ ଛାତ୍ରୀଙ୍କୁ ନିଜର ଅଳଙ୍କାର ହଟାଇବାକୁ କୁହାଯାଇଥିଲା ସେମାନଙ୍କ କହିବା କଥା ହେଲା ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରମାନେ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ଅଧିକାରୀମାନେ ସେହି ଛାତ୍ରମାନଙ୍କୁ ପରୀକ୍ଷା ଗୃହ ଭିତରକୁ ଯିବାକୁ ଅନୁମତି ଦେଇଥିଲେ। ମୁସଲମାନ ଛାତ୍ରୀଙ୍କର କୌଣସି ଅଳଙ୍କାର ଯାଞ୍ଚ କରାଯାଇନଥିଲା।

ହିନ୍ଦୁ ଛାତ୍ରମାନେ କହିଛନ୍ତି, ହିନ୍ଦୁ ସଂସ୍କୃତିରେ ମଙ୍ଗଳସୂତ୍ରକୁ ହଟାଯାଏ ନାହିଁ, ଯେତେବେଳେ ଆବଶ୍ୟକ ହୁଏ ନିଜେ ଏହାକୁ ନିଜ ବେକରୁ ବାହାର କରିଥାନ୍ତି। ପରୀକ୍ଷାରେ ହାଜର ହେବା ପାଇଁ ଛାତ୍ରୀଙ୍କୁ ସେମାନଙ୍କର ମଙ୍ଗଳସୁତ୍ର ଏବଂ ମୁଦି ହଟାଇବାକୁ ପଡିଥିଲା। ଯେପରି ମୁସଲମାନ ଛାତ୍ରୀମାନଙ୍କୁ ଯାଞ୍ଚ ପରେ ହିଜାବ ପିନ୍ଧି ଭିତରକୁ ଯିବାକୁ ଅନୁମତି ଦିଆଯାଇଥିଲା, ସେହିଭଳି ହିନ୍ଦୁ ଛାତ୍ରୀମାନଙ୍କୁ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦିଆଯାଉ ବୋଲି ଛାତ୍ରୀମାନେ ଦାବି କରିଥିଲେ।

ସୂଚନା ଥାଉକି କି କିଛି ଦିନ ପୂର୍ବରୁ କର୍ଣ୍ଣାଟକ ସରକାର ମୁସଲମାନ ଛାତ୍ରୀମାନଙ୍କୁ ହିଜାବ ପିନ୍ଧି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେବାକୁ ଅନୁମତି ଦେଇଥିଲେ। ସୂଚନାଯୋଗ୍ୟ ଯେ କର୍ଣ୍ଣାଟକରେ ହିଜାବକୁ ନେଇ ଅନେକ ଆଲୋଡ଼ନ ଦେଖାଦେଇଛି। ୨୦୨୨ ମସିହାରେ, ଉଡୁପି ଜିଲ୍ଲାର ପିୟୁ ସରକାରୀ କଲେଜରେ ହିଜାବ ପିନ୍ଧୁଥିବା ଛାତ୍ରୀମାନଙ୍କୁ ପ୍ରଶାସନ ନିଷିଦ୍ଧ କରିଥିଲା, ଏହି କାରଣରୁ ସେଠାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

Leave A Reply

Your email address will not be published.