Latest Odisha News

BREAKING NEWS

ପାଲାକୁ ପରିଚୟ ଦେଇଛି “ଅରେଇ” : ୭୬ବର୍ଷ ହେବ ଗାଁ ଲୋକଙ୍କ ଦ୍ବାରା ଆୟୋଜିତ ହେଉଛି ପାଲା ମହୋତ୍ସବ

ଯାଜପୁର : ଆଧୁନିକତାର ପ୍ରଭାବରେ ଧିରେ ଧିରେ ହଜି ଯିବାକୁ ବସିଛି ପାଲା ସଂସ୍କୃତି । ଟିଭି,ଇଣ୍ଟରନେଟର ପ୍ରଭାବରେ ପାଲା ସଂସ୍କୃତି ହଜି ଯିବାକୁ ବସିଥିବାବେଳେ ଯାଜପୁର ବିଞ୍ଝାରପୁର ବ୍ଲକ ଅରେଇରେ ପାଲା ସଂସ୍କୃତିକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗ୍ରାମବାସୀ । ପ୍ରତିବର୍ଷ ମା ଗଜଲଷ୍ମୀ ପୂଜା ଅବସରରେ ସ୍ଥାନୀୟ ଅଂଚଳରେ ଅନୁଷ୍ଠିତ ହେଉଛି  ପାଲା ମହୋତ୍ସବ । ପାଲା ଦେଖିବା ପାଇଁ ଆଖ ପାଖ ଅଂଚଳର ଗ୍ରାମବାସୀ ଙ୍କ ମଧ୍ୟରେ ବିଶେଷ ଆଗ୍ରହ ମଧ୍ୟ ରହିଛି । ପାଲା ସଂସ୍କୃତିକୁ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

ରାଜ୍ୟର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଛି । ଅରେଇରେ ଦୀର୍ଘ ୭୬ ବର୍ଷ ଧରି ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ପାଲା ପରିବେଶିତ ହୋଇଆସୁଛି । ଚଳିତ ବର୍ଷ ଏହି ମହୋତ୍ସବ ୬ଦିନ ଧରି ଅନୁଷ୍ଠିତ ହୋଇଥିବାବେଳେ ପାଲା ଦେଖିବାକୁ  ଆଖପାଖ ଅଂଚଳର ତଥା ଅନେକ ଜିଲ୍ଲାର ଦର୍ଶକଙ୍କ ଭିଡ ଜମୁଛି । ମହୋତ୍ସବର ଉଦଯାପନୀ ଉତ୍ସବରେ ଗ୍ଲୋବାଲ ପିସ ଫାଉଣ୍ଡେସନର ଅଧ୍ୟକ୍ଷ ରାଜ କିଶୋର ପଣ୍ଡା  ମୁଖ୍ୟ ଅତିଥି ଭାବେ ଯୋଗ ଯୋଗ ଦେଇଥିଲେ ।

ଓଡ଼ିଶାର ଅନନ୍ୟ ଲୋକକଳା ପାଲାକୁ ଉଜ୍ଜୀବିତ କରି ଆସୁଥିବା ଗାଁର ସମସ୍ତ ଆଧ୍ୟାତ୍ମିକ ଜ୍ଞାନୀ , ଗୁଣି , ଗୁରୁଜନମାନଙ୍କୁ କୃତଜ୍ଞତା ଜଣାଇଥିଲେ  । ତେବେ ଅରେଇରେ ଆୟୋଜକ ମାନଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏଭଳି ଅନନ୍ୟ କାର୍ଯ୍ୟକ୍ରମ ଯଦି ରାଜ୍ୟର ଅନ୍ୟ ସ୍ଥାନରେ ହୋଇପାରନ୍ତା , ତାହାଲେ ଆଧୁନିକତାର ପ୍ରଭାବରେ ଲୋପ ପାଇବାକୁ ବସିଥିବା ପାଲା ସଂସ୍କୃତି ଏବଂ ପରମ୍ପରା ଆଗକୁ ବଢ଼ିପାରନ୍ତା ।

Leave A Reply

Your email address will not be published.