Latest Odisha News

BREAKING NEWS

କର୍ଣ୍ଣାଟକରେ ଦେଶର ସବୁଠୁ କୋଟିପତି ବିଧାୟକ, ତଥାପି ଆହୁରି ଦରମା ବଢାଇବେ ସରକାର….

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଢିବ ବିଧାୟକଙ୍କ ଦରମା । ଏବେ ଅପେକ୍ଷେ ଦୁଇ ଗୁଣ ଅଧିକ ଦରମା ପାଇବେ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟ । ଏନେଇ କର୍ଣ୍ଣାଟକ ରାଜ୍ୟ ସରକାର ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ୍ ପାରିତ କରିଛି । ଏହି ବିଲ୍ ପାରିତ ହେବା ପରେ କର୍ଣ୍ଣାଟକ ବିଧାନସଭା ଏବଂ ବିଧାନ ପରିଷଦର ସମସ୍ତ ଜନ ପ୍ରତିନିଧୀଙ୍କ ଦରମା ଦ୍ୱିଗୁଣିତ ହୋଇଯିବ । କିନ୍ତୁ ଏହାରି ଭିତରେ ଏକ କୌତୁହଳପୂର୍ଣ୍ଣ ସୂଚନା ଦେଇଛି ଏଡିଆର ରିପୋର୍ଟ । ଏଡିଆର ରିପେରାର୍ଟ ଅନୁଯାୟୀ, କର୍ଣ୍ଣାଟକ ଧନୀ ବିଧାୟକଙ୍କ ତାଲିକାରେ ସବୁଠୁ ଆଗରେ ରହିଛି । ଏଠିକାର ମୋଟ ୩୧ ଜଣ ବିଧାୟକ ହେଉଛନ୍ତି କୋଟିପତି । ତଥାପି ବିଧାୟକଙ୍କ ଆବଶ୍ୟକତା ଦେଖି ଆହୁରି ଦରମା ବୃଦ୍ଧି ନେଇ ବିଲତ ପାରିତ କରିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର ।

କର୍ଣ୍ଣାଟକ ବିଧାନସଭାରେ ୨୨୪ ଟି ଆସନ ରହିଥିବା ବେଳେ ଏଥିରେ ଜଣେ ମନୋନୀତ ସଦସ୍ୟ ମଧ୍ୟ ରହିଛନ୍ତି । ଅର୍ଥାତ ବିଧାନସଭାରେ ମୋଟ ୨୨୫ ଜଣ ବିଧାୟକ ଅଛନ୍ତି । ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ ବିଧାନସଭାରେ ୩୧ ଜଣ ବିଧାୟକଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ। କର୍ଣ୍ଣାଟକର ବିଧାୟକଙ୍କ ମୋଟ ସମ୍ପତ୍ତି ୧୪,୧୭୯ କୋଟି ଟଙ୍କା । ଆଉ ସବୁଠୁ ବଡ କଥା ହେଉଛି, ଡେପୁଟି ସିଏମ୍ ଡି.କେ ଶିବକୁମାରଙ୍କର ସର୍ବାଧିକ ସମ୍ପତ୍ତି ରହିଛି । ୧୪୧୩ କୋଟି ଟଙ୍କାର ସମ୍ମପତ୍ତି ତାଙ୍କର ରହିଥିବା ବେଳେ ଭାରତର ଧନୀ ବିଧାୟକ ତାଲିକାରେ ଡି.କେ ଶିବକୁମାର ଦ୍ୱିତୀୟ ସ୍ଥାନରେ  ରହିଛନ୍ତି ।

ଏଥିସହିତ ଧନୀ ବିଧାୟକ ତାଲିକାରେ କର୍ଣ୍ଣାଟକ ଆରେ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନରେ ଏବଂ ମହାରାଷ୍ଟ୍ର ସର୍ବାଧିକ କୋଟିପତି ବିଧାୟକଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶରେ ୨୭ ଜଣ ବିଧାୟକ ଏବଂ ମହାରାଷ୍ଟ୍ରର ୧୮ ଜଣ କୋଟିପତି ରହିଛନ୍ତି ।

ଯଦି ଦେଶ କଥା ଦେଖିବା, ଭାରତରେ ମୋଟ ୧୧୯ ବିଧାୟକଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ। ଏଥିମଧ୍ୟରୁ ୬୩ ପ୍ରତିଶତ ଅର୍ଥାତ୍ ୭୬ ବିଧାୟକ କେବଳ ତିନୋଟି ରାଜ୍ୟରୁ ଆସିଛନ୍ତି । ଏହି ତିନୋଟି ରାଜ୍ୟ ହେଉଛି କେବଳ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର  । ସେପଟେ ଦେଶର ଧନୀ ୧୦ ଜଣ ବିଧାୟକଙ୍କ ମଧ୍ୟରେ କର୍ଣ୍ଣାଟକର ୪ ଜଣ ବିଧାୟକ ରହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ମଧ୍ୟ ୪ ଜଣ ବିଧାୟକଙ୍କ ନାଁ ଏହି ତାଲିକାରେ ରହିଛି ।

ଏଥିସହିତ ବିଧାୟକଙ୍କ ହାରାହାରି ଧନରେ ବି ଦ୍ୱିତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ । କର୍ଣ୍ଣାଟକର ବିଧାୟକଙ୍କ ହାରାହାରି ସମ୍ପତ୍ତି ହେଉଛି ୬୩.୫ କୋଟି ଟଙ୍କା । ଯେତେବେଳେ କି ଆନ୍ଧ୍ରପ୍ରଦେଶରେ ବିଧାୟକଙ୍କ ହାରାହାରି ଧନ ୬୫ କୋଟି ଟଙ୍କା । ତେବେ ରିପୋର୍ଟ ଏହା ସ୍ପଷ୍ଟ କରୁଛି ଯେ,  କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଧନୀ ବିଧାୟକଙ୍କ ଦୃଷ୍ଟିରେ ସବୁଠୁ ଆଗରେ ରହିଛନ୍ତି ।

ତଥାପି ଏବେ ବିଧାୟକଙ୍କ ଆହୁରି ଦରମା ବୃଦ୍ଧି କରିବା ପାଇଁ ବିଧାନସଭାରେ ବିଲ୍ ପାରିତ କରିଛନ୍ତି କର୍ଣ୍ଣାଟକ ସରକାର ।  ସିଦ୍ଧରମୈୟା ସରକାର କର୍ଣ୍ଣାଟକ ବିଧାନସଭାରେ ଦରମା, ପେନସନ ଏବଂ ଭତ୍ତା (ସଂଶୋଧନ) ଆଇନ, ୨୦୨୫ ବିଲ୍ ଗୃହୀତ କରିଛନ୍ତି । ଯେଉଁଥିରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ଦରମା ପ୍ରତିମାସ ପିଛା ୭୫ ହଜାର ଟଙ୍କାରୁ ୧.୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ । ସେହିଭଳି ମନ୍ତ୍ରୀମାନଙ୍କ ଦରମା ୬୦ ହଜାର ଟଙ୍କାରୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ । ଏହାବାଦ୍ କର୍ଣ୍ଣାଟକର ବିଧାୟକମାନେ ମଧ୍ୟ ୪୦ ହଜାର ଟଙ୍କାରୁ ୮୦ ହଜାର ଟଙ୍କାକୁ ବୃଦ୍ଧି ପାଇବ । ଏଥିସହିତ ବିଧାନସଭା ଏବଂ ବିଧାନ ପରିଷଦରେ ମଧ୍ୟ ବାଚସ୍ପତିଙ୍କ ଦରମା ବୃଦ୍ଧି କରାଯାଇ ମାସିକ ୭୫ ହଜାର ଟଙ୍କାରୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

Comments are closed.