Latest Odisha News

BREAKING NEWS

Man Survives on Motor Oil: ନା ରୁଟି, ନା ଭାତ…ଗତ ୩୦ ବର୍ଷ ହେଲାଣି କେବଳ ‘ଇଞ୍ଜିନ ଅଏଲ’ ପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି…

ବେଙ୍ଗାଲୁରୁ: ଯେଉଁଠାରେ ଖାଦ୍ୟ କିମ୍ବା ପାଣି ବିନା ଗୋଟିଏ ଦିନ ମଧ୍ୟ ବଞ୍ଚିବା ଅସମ୍ଭବ, ସେଠାରେ କର୍ଣ୍ଣାଟକର ଏହି ବ୍ୟକ୍ତି ଗତ ୩୦ ବର୍ଷ ଧରି ଗୋଟିଏ ବି ଖାଦ୍ୟ ଛୁଇଁ ନାହାଁନ୍ତି ଏବଂ ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ପରି ସୁସ୍ଥ ଜୀବନଯାପନ କରୁଛନ୍ତି। ଏବେ ଆପଣ ଭାବୁଥିବେ ଯେ ଯଦି ସେ ଖାଦ୍ୟ ଖାଆନ୍ତି ନାହିଁ ତେବେ ସେ କିପରି ବଞ୍ଚିଛନ୍ତି…ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୩୦ ବର୍ଷ ହେବ ସେ କେବଳ ଗାଡିର ବ୍ୟବହୃତ ଇଞ୍ଜିନ୍ ଅଏଲକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । ନିଜର ପେଟ ପୁରେଇବାକୁ ସେ ଇଞ୍ଜିନ ତେଲ ପିଅନ୍ତି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ କେହି ପିଉଥିବା ତେଲରୁ ତୁରନ୍ତ ମରିପାରେ। ଏଥିରେ କେହି ୩୦ ବର୍ଷ ପର୍ଯ୍ୟନ୍ତ କିପରି ବଞ୍ଚିପାରିବେ? କିନ୍ତୁ ଏହା ସତ୍ୟ। ଏମିତିକି କିଛଇ ସମ୍ଭବ କରି ଦେଖାଇଛନ୍ତି କର୍ଣ୍ଣାଟକର ‘ତେଲ କୁମାର’ ।

କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ରହୁଥିବା ଜଣେ ବ୍ୟକ୍ତି, ଯିଏ ‘ଓଏଲ କୁମାର’ ନାମରେ ଜଣାଶୁଣା, ବର୍ତ୍ତମାନ ତାଙ୍କର ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ଜୀବନଶୈଳୀ ପାଇଁ ଖବରରେ ଅଛନ୍ତି। ସେ ଗତ ୩୦ ବର୍ଷ ଧରି କିଛି ଖାଇ ନାହାଁନ୍ତି, ବରଂ ପ୍ରତିଦିନ ପ୍ରାୟ ୭ରୁ ୮ ଲିଟର ବ୍ୟବହୃତ ଇଞ୍ଜିନ ତେଲ ବା ପୋଡା ମାବିଲି ପିଇଥାନ୍ତି। ସେ ବେଳେବେଳେ ଚା ମଧ୍ୟ ପିଇଥାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ଯେତେବେଳେ କେହି ତାଙ୍କୁ ଖାଦ୍ୟ ଦେବାକୁ ଚେଷ୍ଟା କରନ୍ତି, ସେ ସିଧାସଳଖ ମନା କରିଦିଅନ୍ତି ଏବଂ ତାଙ୍କ ବୋତଲରୁ ଇଞ୍ଜିନ ତେଲ ପିଇବା ଆରମ୍ଭ କରନ୍ତି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ଲୋକମାନେ ତାଙ୍କର ଅନନ୍ୟ ଅଭ୍ୟାସ ବିଷୟରେ ଜାଣିବାକୁ ପାଇଲେ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏତେ ବର୍ଷ ଧରି ଇଞ୍ଜିନ ତେଲ ପିଇବା ସତ୍ତ୍ୱେ, ତାଙ୍କୁ କେବେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିନାହିଁ। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ସେ ଏପର୍ଯ୍ୟନ୍ତ କୌଣସି ବଡ଼ ରୋଗରେ ପୀଡିତ ହୋଇନାହାଁନ୍ତି ଯାହା ପାଇଁ ତାଙ୍କୁ ଡାକ୍ତରଙ୍କୁ ଦେଖା କରିବାକୁ ପଡିବ । ଏନେଇ ଅଏଲ କୁମାର କୁହନ୍ତି ଯେ ଭଗବାନ ଆୟାପ୍ପାଙ୍କ ଆଶୀର୍ବାଦ ଯୋଗୁଁ ସେ ଏତେ ବର୍ଷ ଧରି ଏହିପରି ବଞ୍ଚି ପାରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭଗବାନଙ୍କ କୃପା ବିନା, ସେ ଏତେ ବର୍ଷ ଧରି ଖାଦ୍ୟ ଏବଂ ଇଞ୍ଜିନ ତେଲ ନ ପିଇ ବଞ୍ଚି ପାରି ନଥାନ୍ତେ।

ତେବେ ଡାକ୍ତରଙ୍କ ମତରେ, ଇଞ୍ଜିନ ତେଲ ପେଟ୍ରୋଲିୟମରୁ ତିଆରି, ଯାହା ମାନବ ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ। ଏହାକୁ ପିଇବା ଦ୍ୱାରା ଅନେକ ଗମ୍ଭୀର ରୋଗ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ। ତା ପରେ ବି ଲଗାତାର ୩୦ ବର୍ଷ ଧରି ଉକ୍ତ ପୋଡା ମୋବିଲିକୁ ପିଇ ଅଏଲ କୁମାରଙ୍କ ବଞ୍ଚିବା ଏବଂ ସୁସ୍ଥତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Comments are closed.