Latest Odisha News

BREAKING NEWS

କର୍ଣ୍ଣାଟକରେ ଆଜି ୟେଦ୍ଦୁରପ୍ପା ସରକାରଙ୍କ ଶକ୍ତିପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନବଗଠିତ ୟେଦ୍ଦୁରପ୍ପା ସରକାର ସୋମବାର ଦିନ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ।

ବିଧାନସଭାରେ ସୋମବାର ଦିନ ସରକାର ଶକ୍ତି ପରୀକ୍ଷା ଦେବାକୁ ଥିବାବେଳେ ଏଥିଲାଗି ୟେଦ୍ଦୁରପ୍ପା ଶତ ପ୍ରତିଶତ ପ୍ରସ୍ତୁତ ଥିବା କହିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଜେପିର ୟେଦ୍ଦୁରପ୍ପା ସରକାର ଗୃହରେ ସୋମବାର ଦିନ ଆର୍ଥୀକ ବିଲ୍ ମଧ୍ୟ ଉପସ୍ଥାପନା କରିପାରନ୍ତି । ଆହୁରି ମଧ୍ୟ ପୂର୍ବ କଂଗ୍ରେସ-ଜେଡିଏସ୍ ସରକାର ଦ୍ୱାରା ପ୍ରସ୍ତୁତ ଅର୍ଥବିଲକୁ ଗୃହୀତ କରାଇବା ଆବଶ୍ୟକ, ଅନ୍ୟଥା କର୍ମଚାରୀଙ୍କୁ ଦରମା ଦେବା ଳାଗି ମଧ୍ୟ ଟଙ୍କା ଉଠାଇହେବ ନାହିଁ ବୋଲି ୟେଦ୍ଦୁରପ୍ପା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡ଼ିଏସ-କଂଗ୍ରେସ ମେଣ୍ଟ ସରକାରକୁ ୯୯ଟି ଭୋଟ ମିଳିଥିବା ବେଳେ ବିଜେପି ସପକ୍ଷରେ ୧୦୫ଟି ଭୋଟ ମିଳିଥିଲା । ଏହି ଆସ୍ଥା ଭୋଟରେ ପରାଜିତ ହେବାପରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଗତ ରବିବାର ଦିନ କଂଗ୍ରେସ-ଜେଡିଏସ୍ ମେଣ୍ଟର କୁମାରସ୍ୱାମୀ ସରକାର କ୍ଷମତାଚ୍ୟୁତ ହେବାପରେ ପରେ ବାଚସ୍ପତି ୧୪ କେଆର ରମେଶ କୁମାର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ।

Leave A Reply

Your email address will not be published.