Latest Odisha News

BREAKING NEWS

କର୍ଣ୍ଣାଟକରେ ଖୋଲିବ ନାହିଁ ସ୍କୁଲ!!

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି ଯେ ରାଜ୍ୟରେ  ବିଦ୍ୟାଳୟ ଶୀଘ୍ର ଖୋଲିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ।

ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ କରୋନାଭାଇରସ୍ ଭୟ ମଧ୍ୟରେ ସ୍କୁଲ ଖୋଲିବା ନେଇ ହୋଇଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି।

ଏସ ସୁରେଶ କୁମାର ସ୍କୁଲ ଖୋଲିବା ନେଇ ଟ୍ୱିଟରରେ ଚାଲିଥିବା ବିତର୍କ ତଥା ଗଣମାଧ୍ୟମର ଗୁଜବ ବିଷୟରେ ସେ ଅବଗତ ଥିବା କହିଛନ୍ତି।

ୟେଦୁରପ୍ପା ଏହା ମଧ୍ୟ କହିଛନ୍ତି ଯେ ବିଦ୍ୟାଳୟ କେବେ ଖୋଲିବ ତାହା ସ୍ଥିର କରିବା ପୂର୍ବରୁ ରାଜନୈତିକ ନେତା, ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଅନେକ ବୈଠକ ଅନୁଷ୍ଠିତ ହେବ।

ସେପର୍ଯ୍ୟନ୍ତ, ଅଭିଭାବକମାନଙ୍କୁ ସ୍କୁଲ ଖୋଲିବା ସମ୍ବନ୍ଧୀୟ କଳ୍ପନାକୁ ଧ୍ୟାନ ନଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିଷୟରେ ସଚେତନତା ସୃଷ୍ଟି କରିବାକୁ ଗଣମାଧ୍ୟମକୁ ମଧ୍ୟ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.