Latest Odisha News

BREAKING NEWS

କାର୍ତ୍ତିକଙ୍କ ବିସ୍ଫୋରକ ଇନିଂସ : କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଅବୁଧାବି: ଚଳିତ ଆଇପିଏଲରେ ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ୨୯ ବଲରେ ୫୮ ରନ୍ ବଳରେ କୋଲକାତା ନାଇଟ ରାଇଡର୍ସ ୬ ୱିକେଟ ହରାଇ ୧୬୪ ରନ୍ କରିଛି । ଫଳରେ କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି । କାର୍ତ୍ତିକଙ୍କ ବ୍ୟତୀତ ଶୁବମାନ ଗିଲ ୫୭ ଓ ଇଓନ ମୋର୍ଗାନ ୨୪ ରନର ଇନିଂସ୍ ଖେଳିଛନ୍ତି । ଟସ୍ ଜିତି କୋଲକାତା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳ ୬ ଓଭରରେ ୨ ୱିକେଟ ହରାଇ ୨୫ ରନ୍ କରିପାରିଥିଲା । ଏହାପରେ ମୋର୍ଗାନ ଓ ଗିଲ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । କିନ୍ତୁ ୧୦.୪ ଓଭରରେ ଦଳୀୟ ସ୍କୋର ୬୩ ରନ୍ ଥିବା ବେଳେ ମୋର୍ଗାନ ୨୪ ରନ୍ କରି ଆଉଟ ହୋଇଯାଇଥିଲେ ।

କାର୍ତ୍ତିକ  ମାତ୍ର ୨୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ୟପଟେ ଇନିଂସ ଆରମ୍ଭରୁ ବ୍ୟାଟିଂ କରୁଥିବା ଗିଲ୍ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ସେ ଏହାକୁ ବଡ଼ ସ୍କୋରରେ ପରିଣତ କରିବା ପୂର୍ବରୁ ରନ୍ ଆଉଟ ହୋଇଯାଇଥିଲେ । ଶେଷ ଭାଗରେ କାର୍ତ୍ତିକ କିଛି ଶଟ ମାରିବାରୁ ଦଳୀୟ ସ୍କୋର ୧୬୪ରେ ପହଞ୍ଚିଥିଲା । କାର୍ତ୍ତିକ ଶେଷ ବଲରେ ରନ୍ ଆଉଟ ହୋଇଥିଲେ । ଆଉଟ ହେବା ବେଳକୁ କାର୍ତ୍ତିକ ୨୯ଟି ବଲରେ ୫୮ ରନ୍ କରିଥିଲେ ।

Leave A Reply

Your email address will not be published.