ବେଙ୍ଗଳୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନୀତିକୁ ଫେସବୁକରେ ସମାଲୋଚନା କରିବା ଜଣେ ଶିକ୍ଷକଙ୍କୁ ଭାରି ପଡ଼ିଛି । ଶିକ୍ଷକ ଜଣଙ୍କ କର୍ଣ୍ଣାଟକର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଓ ସେହି ସମୟରେ ହୋଇଥିବା ଋଣର ତର୍ଜମା କରିଥିଲେ । ଯେଉଁଥିରେ ଉଲ୍ଲେଖ କରିଥିଲେ, ସିଦ୍ଦରମୈୟାଙ୍କ ସରକାର ସମୟରେ ସବୁଠୁ ଅଧିକ ଋଣ ହୋଇଛି ।
ଏହା ପରେ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ସରକାରୀ ଶିକ୍ଷକ ଜଣଙ୍କ ବିଶେଷ କରି ସରକାରଙ୍କ ମାଗଣା ପ୍ରତିଶ୍ରୁତି ଉପରେ ପ୍ରଶ୍ନ କରିଥିଲେ । ଯେଉଁଥିରେ କହିଥିଲେ, ସରକାରଙ୍କ ପକ୍ଷରୁ ମାଗଣା ପ୍ରତିଶ୍ରୁତି ଦ୍ୱାରା ରାଜ୍ୟ ଉପରେ ଋଣଭାର ବଢ଼ୁଛି ।
ଶିକ୍ଷକ ଜଣଙ୍କ କହିଛନ୍ତି, କୃଷ୍ଣାଙ୍କ ଠାରୁ ନେଇ ସେଟ୍ଟରଙ୍କ ଯାଏ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୭୧, ୩୩୧ କୋଟି ଋଣ ନିଆ ଯାଇଥିଲା । କିନ୍ତୁ ସିଦ୍ଦରମୈୟାଙ୍କ କାର୍ଯ୍ୟକାଳ (୨୦୧୩-୧୮) ମଧ୍ୟରେ ଏହା ୨, ୪୨, ୦୦୦ କୋଟି ଛୁଇଁଥିଲା । ଏଥିପାଇଁ ସିଦ୍ଦରମୈୟା ମାଗଣା ଉପହାର ଘୋଷଣା କରିବା ସହଜ ଅଟେ ।
A teacher of a state run lower primary school in Karnataka has been suspended for his FB posts criticising CM Siddaramaiah for his policies. He merely pointed out that latter could promise so many freebies because the state's debt always rose when he helmed the Govt.
Truth hurt? pic.twitter.com/Q8FP4By5tW
— Amit Malviya (@amitmalviya) May 22, 2023
ଏହାକୁ ନେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବିୟ ଟ୍ୱିଟ୍ କରି ଲେଖିଛନ୍ତି, କର୍ଣ୍ଣାଟକରେ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନୀତିକୁ ଫେସବୁକରେ ସମାଲୋଚନା କରିବା ଯୋଗୁ ନିଲମ୍ବିତ କରାଯାଇଛି । ସତ ସବୁବେଳେ ଆଘାତ ଦେଇଥାଏ ।
Comments are closed.