Latest Odisha News

BREAKING NEWS

ଭାରତର ‘ହୀରୋସୀମା-ନାଗାସାକୀ’: ଏବେବି ଜନ୍ମ ନେଉଛନ୍ତି ବିକଳାଙ୍ଗ ଛୁଆ

ବେଙ୍ଗାଲୁରୁ: ଜାପାନୀ ସହର ହିରୋସୀମା ଏବଂ ନାଗାସାକି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଉପରେ ପଡିଥିବା ପରମାଣୁ ବୋମା , ଏବେ ବି ବିଭୀଷିକା ରଚିଛି । ସେଦିନ ମୃତ୍ୟୁ, ଧ୍ୱଂସ ଏବଂ ଯୁଦ୍ଧର ଅନ୍ତ ଘଟିଥିଲା ସତ ହେଲେ ଏବେ ବି ସେଠି ଘାସ ଟିଏ ବି କଅଁଳିବାକୁ ଡରେ । ସେଠିକା ପିଲା ଏବେ ବି ବିକଳାଙ୍ଗ ଜନ୍ମ ହୁଅନ୍ତି । ଠିକ୍ ସମାନ ଅବସ୍ଥା ଏବେ ଭାରତର ଏହି ଜିଲ୍ଲାରେ । ଯେଉଁଠି ପିଲାଟିଏ ଜନ୍ମ ନେଲେ ମା କାନ୍ଦେ । ତା’ ଭାଗ୍ୟରେ ପୁଣି କି ଦୁଃଖ ଲେଖାହୋଇଥିବ… ।

ତେବେ ଚାଳିଶ ବର୍ଷ ପୂର୍ବେ କର୍ଣ୍ଣାଟକର ଉତ୍ତର କନ୍ନଡରେ କାରୋବ ବିହନର ଉତ୍ପାଦନ ବୃଦ୍ଧି କରିବା ପାଇଁ ଏଣ୍ଡୋସଲଫାନ ସ୍ପ୍ରେ କରାଯାଇଥିଲା । ହେଲେ ଏହାର ପ୍ରଭାବ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଆଜି ମଧ୍ୟ, କାଜୁ ବଗିଚା ପାଖରେ ଜନ୍ମିତ ପିଲାମାନେ ବିକଳାଙ୍ଗ ହୋଇ ଜନ୍ମ ହୁଅନ୍ତି । କୁହାଯାଏ ଯେ, ଏହା ଭାରତର ହିରୋସିମା ଏବଂ ନାଗାସାକି । ଏହି ଜିଲ୍ଲାରେ ୪୦ ବର୍ଷ ପୂର୍ବେ ସ୍ପ୍ରେ କରାଯାଇଥିବା ରାସାୟନିକ ପଦାର୍ଥର ପ୍ରଭାବ ଏବେ ବି ଏଠି ରହିଛି ।

ଉତ୍ତର କନ୍ନଡ ଜିଲ୍ଲାରେ, କାଜୁ ଅମଳ ହ୍ରାସ କରିବା ଏବଂ ରୋଗ ରୋକିବା ପାଇଁ ଚାଳିଶ ବର୍ଷ ପୂର୍ବେ ସ୍ପ୍ରେ କରିଥିବା ଏଣ୍ଡୋସଲଫାନ, ଏବେ ବି ସେହି ଅଞ୍ଚଳରେ ଜନ୍ମିତ ପିଲାମାନଙ୍କୁ ପ୍ରଭାବିତ କରୁଛି । ଏହାର ପ୍ରଭାବକୁ ରୋକିହେବ ନାହିଁ । ରେକର୍ଡ ଅନୁଯାୟୀ, ଏଣ୍ଡୋସଲଫାନର ରାସାୟନିକ ସିଞ୍ଚନ ଫଳରେ ଦକ୍ଷିଣ କନ୍ନଡରେ ୩୬୦୭, ଉଡୁପିରେ ୧୫୧୪ ଏବଂ ଉତ୍ତର କନ୍ନଡ ଜିଲ୍ଲାରେ ୧୭୯୩ ସମେତ ମୋଟ ୬୯୧୪ ଜଣ ଲୋକ ଏ ପର୍ଯ୍ୟନ୍ତ ଅକ୍ଷମ ଜନ୍ମ ହୋଇଛନ୍ତି ।

ଏନେଇ ଉତ୍ତର କନ୍ନଡ଼ର ଡିଏଚ୍ଓ ଡାକ୍ତରଙ୍କ କହିବା ଅନୁଯାୟୀ, ୨୦୧୫-୧୬ ମସିହାରେ ଏ ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା । ତା’ପରେ ୨୦୨୪ ମସିହାରେ ପରିତ୍ୟକ୍ତ ମାମଲା ଉପରେ ଆଉ ଏକ ସର୍ଭେ କରାଯାଇଥିଲା । ଏହି ସମୟ ମଧ୍ୟରେ, ଭଟକାଲ, ସିରସି-ସିଦ୍ଧପୁର, ଶିରାଲି, କୁମଟା, ହୋନ୍ନାବର ଏବଂ ଆଙ୍କୋଲାରେ ହୋଇଥିବା ସର୍ଭେରେ ଆହୁରି ୬୩୧ଟି ନୂଆ ମାମଲା ମିଳିଥିଲା । ଯାହା ଲଗାତାର ଚାଲିଛି, ସର୍ଭେ ପରେ ରିପୋର୍ଟ ପାଇବା ପରେ, ସେମାନଙ୍କୁ ବିକଳାଙ୍ଗ ସାର୍ଟିଫିକେଟ ପ୍ରଦାନ କରୁଛି ବିଭାଗ ।

ତେବେ ଡାକ୍ତର ଆହୁରି ମଧ୍ୟ କହିଛନ୍ତି, ୧୯୮୫ ରୁ ୨୦୧୦-୧୧ ପର୍ଯ୍ୟନ୍ତ ଏଣ୍ଡୋସଲଫାନ ସିଞ୍ଚନର ପ୍ରଭାବ ଦ୍ୱାରା କିଏ କିଏ ପ୍ରଭାବିତ ହୋଇଥିଲେ, ତାହା ଜାଣିବା ପାଇଁ ପ୍ରଥମ ସର୍ଭେ କରାଯାଇଥିଲା । ବାଦ ପଡ଼ିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେର ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଚାଲିଛି ।

Comments are closed.