ଭଦୋଦରା: ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ କର୍ଣ୍ଣାଟକ ୩୬ ରନରେ ବିଦର୍ଭକୁ ହରାଇ ଚାମ୍ପିୟନ ହୋଇଛି । କର୍ଣ୍ଣାଟକର ଏହା ୫ମ ବିଜୟ ହଜାରେ ଟ୍ରଫି । ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକ ୬ ୱିକେଟ ବିନିମୟରେ ୩୪୮ ରନ କରିଥିଲା । ଜବାବରେ ବିଦର୍ଭ କଡା ସଂଘର୍ଷ କରି ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା । ଧ୍ରୁବ ଶୋରେ ୧୧୦ ଓ ହର୍ଷ ଦୁବେ ୬୩ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ସିଜନରେ ୫ଟି ଶତକ ମାରିଥିବା କରୁଣ ନାୟାର ଫାଇନାଲରେ କିନ୍ତୁ ବିଫଳ ହୋଇଥିଲେ । ସେ ମାତ୍ର ୨୭ ରନ କରିବାକୁ ସକ୍ଷମ ହୋଇଥିଲେ ।
କର୍ଣ୍ଣାଟକ ପକ୍ଷରୁ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ରବିଚନ୍ଦ୍ରନ ସ୍ମରଣ ୧୦୧ ରନର ଇନିଂସ ଖେଳିଥିଲେ । ଦଳ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା, ବାସୁକୀ କୌଶିକ ଓ ଅଭିଳାଷ ଶେଟ୍ଟୀ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଆର.ସ୍ମରଣ ପ୍ଲେୟାର ଅଫ ଦି ମ୍ୟାଚ ଓ କରୁଣ ନାୟାର ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ । ବିଦର୍ଭ ଟସ cଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।
Comments are closed.