Latest Odisha News

BREAKING NEWS

ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କ୍ୟାନ୍ସର ଭଳି ନିଜକୁ ଖାଉଛି… 

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିଆସୁଛି କିନ୍ତୁ ଏହି ଆତଙ୍କବାଦ ପାକିସ୍ତାନକୁ କର୍କଟ ରୋଗ ଭଳି ଗ୍ରାସ କରିବା ଆରମ୍ଭ କରିସାରିଲାଣି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଶନିବାର ୧୯ତମ ନାନି ଏ. ପାଲକିୱାଲା ମେମୋରିଆଲରେ ବକ୍ତୃତା ଦେବା ଅବସରରେ ସେ ଏଭଳି କହିଛନ୍ତି। ସେଠାରେ ସେ ପଡ଼ୋଶୀ ଦେଶମାନଙ୍କ ସହିତ ଭାରତର ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ନିଜର ମତ ମଧ୍ଯ ରଖିଥିଲେ।

ବୈଦେଶିକ ମନ୍ତ୍ରୀ ବାଂଲାଦେଶ, ମିଆଁମାର ଏବଂ ଶ୍ରୀଲଙ୍କା ସହିତ ଭାରତର ସମ୍ପର୍କ ଉପରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ଭାରତ ସଙ୍କଟ, ମହାମାରୀ ଏବଂ ଆର୍ଥିକ ମାନ୍ଦାବସ୍ଥା ସମୟରେ ପଡ଼ୋଶୀ ଦେଶମାନଙ୍କୁ ସାହାଯ୍ୟ କରିଥିଲା। ୨୦୨୩ ମସିହାରେ ଯେତେବେଳେ ସାରା ବିଶ୍ୱ ଶ୍ରୀଲଙ୍କାକୁ ସାହାଯ୍ଯ କରିବାକୁ ମନା କରି ମୁହଁ ମୋଡି ଦେଇଥିଲା ସେହି ସମୟରେ ମଧ୍ଯ ଭାରତ, ଶ୍ରୀଲଙ୍କାକୁ ୪ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ପ୍ୟାକେଜ୍ ପ୍ରଦାନ କରିଥିଲା।

ତେବେ ସେ ପାକିସ୍ତାନକୁ ଆକ୍ଷେପ କରିଲକହିଛନ୍ତି ଯେ ଆତଙ୍କବାଦକୁ ସମର୍ଥନ କରି ପାକିସ୍ତାନ ଆମ ପଡ଼ୋଶୀ ଦେଶ ମାନଙ୍କ ମଧ୍ଯରେ ଏକ ବ୍ୟତିକ୍ରମ ପାଲଟିଛି। ଏହି କର୍କଟ ରୋଗ ଭଳି ଏବେ ଏହାର ନିଜସ୍ୱ ରାଜନୈତିକ ଦଳ ଓ ପରିବେଶକୁ ଗ୍ରାସ କରୁଛି।

Comments are closed.