Latest Odisha News

BREAKING NEWS

ରିଲିଜ୍ ହେଲା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’

ଭୁବନେଶ୍ୱର: ରିଲିଜ୍ ହେଲା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’ । ଗୁରୁ, ଶିଷ୍ୟ ଓ ଗୁରୁ ଦକ୍ଷିଣାର କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ   । ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପକ୍ଷରୁ ନିର୍ମିତ ‘କର୍ତ୍ତବ୍ୟ’ର କେନ୍ଦ୍ରରେ ଜଣେ କର୍ତ୍ତବ୍ୟପରାୟଣ ଶିକ୍ଷକ ଅଛନ୍ତି । ନିଜର ସାଧୁତା ପାଇଁ ସେ ବିଭିନ୍ନ ସମସ୍ୟାରେ ଛନ୍ଦି ହେଉଛନ୍ତି । ତେବେ ତାଙ୍କର ଦୁଇଜଣ ଛାତ୍ର ତାଙ୍କୁ ସହାୟତା କରୁଛନ୍ତି । ଏହା ଏକ ଭିନ୍ନ ସ୍ୱାଦର ଫିଲ୍ମ । ସ୍ୱର୍ଗତ ବିଜୟ ମହାନ୍ତିଙ୍କ ପ୍ରଶଂସକଙ୍କ ପାଇଁ ଏକ ଉପହାର ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ସବୁ ବୟସ ଓ ଶ୍ରେଣୀର ଦର୍ଶକ ଏହାକୁ ଉପଭୋଗ କରି ପାରିବେ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

ଶଙ୍କର ପାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ମାନସ ରଞ୍ଜନ ପାତ୍ର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ସ୍ୱର୍ଗତଃ ବିଜୟ ମହାନ୍ତିଙ୍କ ବ୍ୟତୀତ ବିଶିଷ୍ଟ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ରତନ ମେହେର, ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ନଜର ଆସିଛନ୍ତିି । ସତ୍ୟ ଓ ରୂପେଶ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରିୟଦର୍ଶିନୀ ଓ ତନୁଶ୍ରୀ ମୁଖ୍ୟ ନାୟିକା ଭାବେ ଅଛନ୍ତି । ସୂର୍ଯ୍ୟ ହିନ୍ଦୁସ୍ଥାନୀ ଏହାର କାହାଣୀ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପି.କୁମାର । ଗୀତଗୁଡ଼ିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ସାସମଲ୍ ମାନସ, ସୂର୍ଯ୍ୟ ନାରାୟଣ ଓ ମନୋରଞ୍ଜନ ସାହାଣୀ । ଏ ଗୀତଗୁଡ଼ିକୁ ଗାଇଛନ୍ତି ମହମ୍ମଦ ଅଜିଜ୍‌, ହ୍ୟୁମାନ ସାଗର, ମାଧବ, କୁମାର ବାପି, କୁମାର ବିଜୁ, ସଞ୍ଜୁ ଓ ଟିନା ।

Comments are closed.