ସୋନପୁର: ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ଭଭାରତୀୟସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି । କାର୍ତ୍ତକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର DGM ଥିବାବେଳେ ମାଆ ଗୀତା ଜଣେ ଗୃହିଣୀ ।
ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହେବାରେ କାର୍ତ୍ତିକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଛାତ୍ର । କାର୍ତ୍ତିକ ଜଣେ ମେଧାବୀ ଛାତ୍ର ରହିବା ସହ ଜଣେ IAS ହେବାର ଲକ୍ଷ୍ୟ ପିଲାଟି ଦିନରୁ ଥିଲା, ଯାହା ଆଜି ପୁରଣ ହୋଇଛି ।
ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତ୍ତୋକତ୍ତର କଲାପରେ ଏବେ ସେହି ବିଶ୍ବବିଦ୍ୟାଳୟରେ ଏମଫିଲ କରୁଛନ୍ତି । ସିଭିଲ ସର୍ଭିସ ପରୀକ୍ଷାରେ ମଧ୍ୟ କାର୍ତ୍ତିକଙ୍କ ଇତିହାସକୁ ଅପ୍ସନାଲ୍ ରଖିଥିଲେ । ସୁଯୋଗ ମିଳିଲେ ସୁବର୍ଣ୍ଣପୁର ଜିଲ୍ଲାର ସାମୁହିକ ବିକାଶ ପ୍ରତି ଧ୍ୟାନ ଦେବି ବୋଲି କାର୍ତ୍ତିକ କହିଛନ୍ତି । କାର୍ତ୍ତିକଙ୍କ ସଫଳତା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।
କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା’ର ଫଳାଫଳ ଆଜି ପ୍ରକାଶ ପାଇଛି | ସମୁଦାୟ ୬୮୫ଜଣ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ନାମ ଲୋକସେବା ଆୟୋଗ ‘ଇଣ୍ଡିଆନ୍ ଆଡ୍ମିନିଷ୍ଟ୍ରଟିଭ୍ ସର୍ଭିସ୍’, ‘ଇଣ୍ଡିଆନ୍ ଫରେନ୍ ସର୍ଭିସ୍’ ଏବଂ ‘ଇଣ୍ଡିଆନ୍ ପୋଲିସ୍ ସର୍ଭିସ୍’ ଏବଂ ‘ସେଣ୍ଟ୍ରାଲ୍ ସର୍ଭିସେସ୍ ‘ଗ୍ରୁପ୍- ଏ’ ଓ ‘ଗ୍ରୁପ୍ ବି’ରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି।
ତେବେ ଏହି ତାଲିକାରେ ୬୩ ରାଙ୍କ ପାଇ କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ହୋଇଥିବାବେଳେ ୮୬ ତମ ରାଙ୍କରେ ସୁନ୍ଦରଗଡ଼ର ଗୌରବ ରହିଛନ୍ତି।
Comments are closed.