Latest Odisha News

BREAKING NEWS

ପ୍ରକାଶ ପାଇଲା UPSC-୨୦୨୧ ରେଜଲ୍ଟ : ଟପ୍ ୫ରେ ୪ ଝିଅ , ଶ୍ରୁତି ଶର୍ମା ଟପ୍ପର

ଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗରେ ୨୪୪ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଇଡବ୍ଲୁଏସ ବର୍ଗରେ ୭୩, ଓବିସିରେ ୨୦୩, ଅନୁସୂଚିତ ଜାତିରେ ୧୦୫ ଓ ଅନୁସୂଚିତ ଜନଜାତିରେ ୬୦ ଜଣ କୃତିକାର୍ଯ୍ୟ ହୋଇଛନ୍ତି ।

ଚଳିତ ଥର  UPSC  ପରୀକ୍ଷାରେ ୧୮୦ ଜଣ ଆଇଏଏସରେ କୃତକାର୍ଯ୍ୟ ହୋଇଥିବାବେଳେ ଆଇଏଫଏସରେ ୩୭ ଜଣ ଓ ଆଇପିଏସରେ ୨୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଉତ୍ତରପ୍ରଦେଶର ବିଜନୌରର ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି UPSC  ଦ୍ୱାରା ଜାରି ହୋଇଥିବା ଲିଷ୍ଟର ପ୍ରଥମ ୫ ଜଣଙ୍କ ମଧ୍ୟରୁ ୪ ଜଣ ଝିଅ ଅଛନ୍ତି । ଶ୍ରୁତି ଶର୍ମା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଙ୍କିତା ଅଗ୍ରୱାଲ୍ ଦ୍ୱିତୀୟ, ଗାମିନି ସିଙ୍ଗଲା ତୃତୀୟ ଏବଂ ଐଶର୍ଯ୍ୟା ବର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି ।

୬୮୫ ପଦବୀରେ ନିଯୁକ୍ତି ପାଇଁ ଏପ୍ରିଲ୍ ୫ ରୁ ମେ’ ୨୬ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୧୮୦୦ ଜଣଙ୍କୁ ଏହି ପରୀକ୍ଷା ପାଇଁ ଡକାଯାଇଥିଲା । କୃତକାର୍ଯ୍ୟ  ପ୍ରାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୨୦୦ ଜଣ ଆଇପିଏସ୍ ଏବଂ ୩୭ ଜଣ ଆଇଏଫଏସରେ ନିଯୁକ୍ତି ପାଇବେ ।

କୃତକାର୍ଯ୍ୟ ତାଲିକାରେ ଓଡ଼ିଶାରୁ ୯ ଜଣ ସ୍ଥାନ ପାଇଛନ୍ତି । ପ୍ରଥମ ସ୍ଥାନରେ ଅଛନ୍ତି କାର୍ତ୍ତିକ ପାଣିଗ୍ରାହୀ । ସର୍ବଭାରତୀୟ ତାଲିକାରେ ତାଙ୍କର ରାଙ୍କ୍ ହେଉଛି ୬୩ । ୮୬ ରାଙ୍କ୍ ରେ ସୌରଭ କୁମାର ଅଗ୍ରୱାଲ୍, ୨୦୫ ରାଙ୍କ୍ ରେ ଦୁର୍ଗାପ୍ରସାଦ ଅଧିକାରୀ, ୨୩୨ ରାଙ୍କ୍ ରେ ବିଶ୍ୱ ବିଶ୍ରୁତ ତ୍ରିପାଠୀ, ୨୬୯ ରାଙ୍କରେ ଅନୁପ ଗର୍ଗ, ୨୭୩ ରାଙ୍କରେ ସମୀର କୁମାର ଜେନା, ୩୦୬ ରାଙ୍କରେ ସୌମ୍ୟରଞ୍ଜନ ପ୍ରଧାନ, ୩୭୬ ରାଙ୍କରେ ହର୍ଷିତ ମେହେର, ୫୧୩ ରାଙ୍କ୍ ରେ ମାନସ ରଞ୍ଜନ ସାହୁ ଅଛନ୍ତି ।

Leave A Reply

Your email address will not be published.