Latest Odisha News

BREAKING NEWS

ଇଂଲଣ୍ଡ ଲାୟନ୍ସର ବ୍ୟାଟିଂ ପରାମର୍ଶଦାତା ହେଲେ କାର୍ତିକ

ନୂଆଦିଲ୍ଲୀ: ଦୀନେଶ କାର୍ତିକ ଏବେ ଦୀର୍ଘ ଦିନ ହେବ ଭାରତୀୟ ଦଳରୁ ବାହାରେ ଅଛନ୍ତି । ଇତି ମଧ୍ୟରେ ଏହି ଅନୁଭବୀ ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଏକ ଗୁରୁଦାୟିତ୍ୱ ମିଳିଛି । କାର୍ତିକ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ଇଣ୍ଡିଆ ଏ ବିପକ୍ଷ ମ୍ୟାଚରେ କାର୍ତିକ ଇଂଲଣ୍ଡ ଟିମକୁ ବ୍ୟାଟିଂ ଟିପ୍ସ ଦେବେ । ତାଙ୍କୁ ଏବେ ସାମୟିକ ଭାବେ ୧୦ ଜାନୁୟାରୀରୁ ୧୮ ପର୍ଯ୍ୟନ୍ତ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ୧୨ ଜାନୁୟାରୀରୁ ଫେବୃୟାରୀ ୪ ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ ଖେଳାଯିବ । ୧୨ ଓ ୧୩ରେ ଅହମ୍ମଦାବାଦରେ ଦୁଇ ଦିବସୀୟ ଅଭ୍ୟାସ ମ୍ୟାଚ ଖେଳାଯିବ ।

୧୭ରୁ ୪ଟି ଅଭ୍ୟାସ ମ୍ୟାଚ ଆୟୋଜିତ ହେବ । ସିନିୟର ଖେଳାଳିଙ୍କ ଟେଷ୍ଟ ସିରିଜ ସହ ଏହା ସମାନ୍ତରଳ ଭାବେ ଖେଳାଯିବ । କାର୍ତିକ ଭାରତ ପକ୍ଷରୁ ୨୬ ଟେଷ୍ଟ, ୯୪ ଦିନିକିଆ ଓ ୨୬ଟି୨୦ ମ୍ୟାଚ ଖେଳିଛନ୍ତି । ୩୯ ବର୍ଷୀୟ ଏହି ଅଭିଜ୍ଞ ଖେଳାଳି ଏ ପର୍ଯ୍ୟନ୍ତ ଅବସର ଘୋଷଣା କରି ନାହାନ୍ତି ।

Leave A Reply

Your email address will not be published.