Latest Odisha News

BREAKING NEWS

ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ!

ହାଇଦ୍ରାବାଦ: ତେଲେଙ୍ଗାନା ହାଇଦ୍ରାବାଦରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ । ତେଲେଙ୍ଗାନାର ମୋଇନାବାଦର ରାସ୍ତାରୁ ମହିଳାଙ୍କୁ ଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ ।

ପୋଲିସର ସୂଚନା ଅନୁସାରେ, ମୃତଦେହଟି ରାସ୍ତାରେ ପଡିଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ଆସି ପହଞ୍ଚି ମୃତଦେହ ଜବତ କରିଥିଲା । ମୃତଦେହଟି ପ୍ରାୟ ୯୦ପ୍ରତିଶତ ଜଳିଯାଇଥିଲା ।

ଏହି ଘଟଣା ନେଇ ମୋଇନାବାଦ ଏସଏଚଓ ଜି ପୱନ କୁମାର ରେଡ୍ଡି କହିଛନ୍ତି “ଘଟଣାର ତଦନ୍ତ ଚାଲିଛି । ମୃତଦେହଟି ୯୦ପ୍ରତିଶତ ଜଳିଯାଇଥିବାରୁ ଚିହ୍ନିବା ସହଜ ନୁହେଁ । ଏଯାଏ ମହିଳାଙ୍କ ପରିଚୟ ମିଳିପାରିନାହିଁ । ହାଇଦ୍ରାବାଦ, ସାଇବରାବାଦ ଓ ରାଚାକୋଣ୍ଡା ପୋଲିସ ଷ୍ଟେସନରେ କୌଣସି ମହିଳା ନିଖୋଜ ନେଇ ଅଭିଯୋଗ ଦାଖଲ ହୋଇଛି କି ନାହିଁ ସେ ନେଇ ପଚରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିଲେ ଅଧିକ ତଥ୍ୟ ହସ୍ତଗତ ହେବ “।

 

Leave A Reply

Your email address will not be published.