Latest Odisha News

BREAKING NEWS

କାହିଁକି ଇନ୍‌ଷ୍ଟାଗ୍ରାମ୍‌ରେ ପରସ୍ପରକୁ ଅନ୍‌ଫଲୋ କଲେ କାର୍ତ୍ତିକ ଏବଂ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡରେ ଏକ ଚାଞ୍ଚଲ୍ୟକର ଖବର ସାମ୍‌ନାକୁ ଆସିଛି। ଇଣ୍ଡଷ୍ଟ୍ରିର ଦୁଇ ତାରକା ପରସ୍ପରକୁ ଅନ୍‌ଫଲୋ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଦୁଇ ତାରକା ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ ଜାହ୍ନବୀ କପୁର। ଏହି ଘଟଣାର ଖବର ମଧ୍ୟରେ, ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହାକୁ ନେଇ ଦ୍ବନ୍ଦରେ ପଡ଼ିଯାଇଛନ୍ତି।

ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପରସ୍ପରର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନୁସରଣ କରିବା ବନ୍ଦ କରି ଦେଇଛନ୍ତି। ତେବେ ଏହା କରିବା ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ କେହି ଜଣାପଡ଼ି ନାହିଁ। ଉଲ୍ଲେଖ ଥାଉ କି, ଉଭୟଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ବେଶ୍‌ ଚର୍ଚ୍ଚା ହୋଇଥିଲା। କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଜାହ୍ନବୀ କପୁର କିଛି ଦିନ ପୂର୍ବରୁ ଗୋଆକୁ ଯାଇଥିଲେ। ସେହି ସମୟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ ପାଇଥିଲା।

Comments are closed.