Latest Odisha News

BREAKING NEWS

ଚାଇନିଜ୍ ମୋବାଇଲ୍ ବ୍ରାଣ୍ଡ ସହିତ କୋଟି କୋଟି ଟଙ୍କାର ଡିଲ୍ ବାତିଲ୍ କଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଚାଇନାର ମୋବାଇଲ୍ ବ୍ରାଣ୍ଡ ଓପୋ ସହିତ କୋଟି କୋଟି ଟଙ୍କାର ଚୁକ୍ତି ବାତିଲ କରିଥିବା ଜଣାପଡିଛି। ଓପୋର ବ୍ରାଣ୍ଡ ଆମ୍ବାସଡର ଥିବା ବଲିଉଡର ଏହି ଅଭିନେତା ହେଉଛନ୍ତି ପ୍ରଥମ ସେଲିବ୍ରିଟି ଯିଏକି ଚାଇନାର ଏକ ଉତ୍ପାଦ ସହିତ ତାଙ୍କର ଚୁକ୍ତିକୁ ବାତିଲ କରିଛନ୍ତି।

ନିକଟରେ ଲଦାଖରେ ଭାରତ ଏବଂ ଚୀନ୍ ସେନାଙ୍କ ମଧ୍ୟରେ ସଂଘର୍ଷ ପରେ ଭାରତ ସରକାର ୫୯ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଜୁନ୍ ୧୮ ରେ, କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡ୍ସ (CAIT) ସେଲିବ୍ରିଟିମାନଙ୍କୁ ଚାଇନାର ବ୍ରାଣ୍ଡକୁ ସମର୍ଥନ କରିବା ବନ୍ଦ କରିବାକୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ଏପରିକି ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ କର୍ମଚାରୀ (FWICE) ମଧ୍ୟ କୌଣସି ଚାଇନାର ଉତ୍ପାଦକୁ ପ୍ରୋତ୍ସାହିତ ନକରିବାକୁ କଳାକାରମାନଙ୍କୁ କହିଛନ୍ତି।

“ତେଣୁ ଉଭୟ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ପରେ କୌଣସି ଚାଇନିଜ୍ ବ୍ରାଣ୍ଡକୁ ସମର୍ଥନ ନକରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ। ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ଏବଂ ଆମେ ସମସ୍ତେ ଆମ ଦେଶର ସୁରକ୍ଷା ଏବଂ ନିରାପତ୍ତାକୁ ସମ୍ପୂର୍ଣ୍ଣ ପ୍ରାଥମିକତା ଦେବା ଉଚିତ୍ । ଆମ ପାଇଁ ଆମ ଦେଶ ପ୍ରଥମ। ଆମେ ସମସ୍ତଙ୍କୁ ଚାଇନାର ଉତ୍ପାଦ କିମ୍ବା ଆନୁଷଙ୍ଗିକ ବ୍ରାଣ୍ଡକୁ ପ୍ରୋତ୍ସାହିତ ନକରିବାକୁ ନିବେଦନ କରୁଛୁ” ବୋଲି FWICE ଏକ ବିବୃତ୍ତିରେ କହିଛି।

Comments are closed.