Latest Odisha News

BREAKING NEWS

ଯାଜପୁରରୁ ଆଜି ଚିହ୍ନଟ ସମସ୍ତ ୮୬ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ସର୍ବାଧିକ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୮୬ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୯ ରେ ପହଞ୍ଚିଛି। ଏଥିମଧ୍ୟରୁ ୪୮୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୭୦ ଟି ଆକ୍ଟିଭ କେସ ରହିଛି।

ଏଥିସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ବିଞ୍ଝାରପୁର ବ୍ଲକର ସର୍ବାଧିକ ୫୨ ଜଣ, ରସୁଲପୁର ବ୍ଲକର ୧୫ ଜଣ, ବରୀ ବ୍ଲକର ୧୩ ଜଣ, ଯାଜପୁର ବ୍ଲକର ଜଣେ, ଯାଜପୁର ପୌରାଞ୍ଚଳର ୨ ଜଣ ଓ ବ୍ୟାସନଗର ପୌରାଞ୍ଚଳର ଜଣେ।

ଏମାନେ ସମସ୍ତେ ବାହାର ଦେଶ ଓ ରାଜ୍ୟରୁ ଫେରି ଟି.ଏମ୍.ସି ଏବଂ ହୋମ କ୍ବାରେନଣ୍ଟାଇନ୍ ରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.