Latest Odisha News

BREAKING NEWS

ଏହି ପିଢିର ସବୁଠୁ ଦାମିକା ଅଭିନେତା ହେଲେ କାର୍ତ୍ତିକ ଆର୍ଯ୍ୟନ୍!‌

ମୁମ୍ବାଇ: ବର୍ତ୍ତମାନର ବଲିଉଡରେ ସବୁଠୁ ଦାମିକା ଅଭିନେତା ଦୌଡରେ କାର୍ତ୍ତିକ ଆର୍ଯ୍ୟନ୍‌ ବେଶ୍‌ ଆଗରେ ରହିଥିବା ଜଣାପଡ଼ିଛି। ସେ ରାମ ମାଧବାନୀଙ୍କ ଆତଙ୍କୀ-ଥ୍ରୀଲର ‘ଧମାକା’ ପାଇଁ ୨୦ କୋଟି ପାରିଶ୍ରମିକ ନେଇଛନ୍ତି।

ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ପ୍ୟାର କା ପଞ୍ଚନାମା’ ସେ ୧.୨୫ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥିଲେ। ତେବେ ବର୍ତ୍ତମାନ ସମୟରେ ତାଙ୍କ ପିଢିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି। ସୂଚନା ଅନୁଯାୟୀ, ମାତ୍ର ୯ଟି ଚଳଚ୍ଚିତ୍ରରେ ଅଭିନୟ କରି ୨୦ କୋଟି ପାରିଶ୍ରମିକ ନେବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ।

ତେବେ କାର୍ତ୍ତିକଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ଚଳଚ୍ଚିତ୍ର ଥିଲା ‘ସୋନୁ କେ ଟିଟୁ କି ୱିଟି’। ତେବେ କାର୍ତ୍ତିକଙ୍କ ଅଭିନୀତ ବ୍ରହ୍ମାସ୍ତ୍ର,  ବଣ୍ଟି ଔର୍‌ ବବଲି ୨ଭଳି ବହୁ ପ୍ରତୀକ୍ଷିତ ବଲିଉଡ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି।

Leave A Reply

Your email address will not be published.