Latest Odisha News

BREAKING NEWS

ପିପିଲି ଉପନିର୍ବାଚନ, ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର ମହାରଥୀ

ପୁରୀ: ପିପିଲି ଯୁଦ୍ଧ ଘୋଷଣା ହୋଇ ସାରିଛି । ଲଢ଼େଇ ପାଇଁ ଯୋଦ୍ଧା ବି ପ୍ରସ୍ତୁତ । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ‌ଙ୍କୁ ଟିକେଟ୍ ଦେଇଛି । ଏଯାବତ୍ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ୫ ଜଣଙ୍କ ନାଁ ହାଇକମାଣ୍ଡକୁ ପଠାଇଛି ପିସିସି । ସମ୍ଭବତଃ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା କରିପାରେ ।

ଅନ୍ୟପଟେ ବିଜେଡିର ଗଡ଼ ପିପିଲି ଆସନରୁ ଆସନ୍ତା ୩୦ ତାରିଖ ଅର୍ଥାତ୍ ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ନାମାଙ୍କନ କରିବେ । ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଲାଗି ହେବ ଭୋଟ୍ ଗ୍ରହଣ । ମେ’ ୨ ତାରିଖରେ ଗଣତି ସହ ଜଣାପଡ଼ିବ ପିପିଲିବାସୀ କାହା ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.