ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଆଜିକାଲି ସେମାନଙ୍କର ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଜୁନ୍ ୨୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୫ ଦିନରେ ମୋଟ ୪୨.୫୦ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରାୟ ୬୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ଦେଶରେ ପ୍ରାୟ ୨୦୦୦ ପରଦାରେ ମୁକ୍ତିଲାଭ କରିଛି। ସମୀର ବିଦୱାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ରେ କାର୍ତ୍ତିକଙ୍କ ସହ କିଆରା ମୁଖ୍ୟ ଭୂମିକାରେ ଅଛନ୍ତି। ଏହାପୂର୍ବରୁ କାର୍ତ୍ତିକ ଏବଂ କିଆରା ‘ଭୁଲ ଭୁଲେଇୟା ୨’ରେ ଏକାଠି ନଜର ଆସିଥିଲେ। ଏହି ସମୟରେ କାର୍ତ୍ତିକ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନାରେ ରହିଛନ୍ତି। ଏହି ଚଳଚ୍ଚିତ୍ରର ଟାଇଟଲ୍ ଘୋଷଣା କରାଯାଇଛି।
କାର୍ତ୍ତିକଙ୍କ ଏହି ଆଗାମୀ ଚଳଚ୍ଚିତ୍ର ନିର୍ଦ୍ଦେଶକ କବୀର ଖାନ ବୋଲି ଜଣାପଡିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଟାଇଟଲ୍ ଚୂଡାନ୍ତ ହୋଇଛି ଏବଂ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। କବୀର ଖାନଙ୍କ ନିର୍ଦ୍ଦେଶିତ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମର ଟାଇଟଲ୍ ହେଉଛି ‘ଚନ୍ଦୁ ଚାମ୍ପିଅନ୍’। ଅଭିନେତା କାର୍ତ୍ତିକ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶକ କବୀର ଖାନ ଏବଂ ନିର୍ମାତା ସାଜିଦ ନାଡିଆଡୱାଲା ଏକ କ୍ରୀଡ଼ା ଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ସାଜିଦ ନାଡିଆଡୱାଲା ଏବଂ କବୀର ଖାନ ଏକାଠି ଫିଲ୍ମ ’83’ କରିଥିଲେ। ଯେଉଁଥିରେ ରଣଭୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିନଥିଲା।
କାର୍ତ୍ତିକ ଏବଂ କିଆରାଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ବିଷୟରେ ଆଲୋଚନା କରୁଥିବାବେଳେ ବର୍ତ୍ତମାନ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିଅନ୍’ର ରିଲିଜ୍ ତାରିଖ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ର ୨୦୨୪ରେ ମୁକ୍ତିଲାଭ କରିବାକୁ ଯାଉଛି। କାର୍ତ୍ତିକ ଆର୍ଯ୍ୟଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ତାଙ୍କୁ ‘ଚନ୍ଦୁ ଚାମ୍ପିଅନ୍’, ‘କ୍ୟାପଟେନ୍ ଇଣ୍ଡିଆ’ ଏବଂ ‘ଆଶିକି ୩’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
Comments are closed.