Latest Odisha News

BREAKING NEWS

ତେଜାବ ରିମେକରେ ରଣବୀରଙ୍କ ସ୍ଥାନରେ କାର୍ତ୍ତିକ

ମୁମ୍ବାଇ: ୯୦ ଦଶକର ସୁପରହିଟ ଫିଲ୍ମ ତେଜାବର ରିମେକ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କବୀର ସିଂର ନିର୍ମାତା ମୁରାଦ ଖେତାନୀ ପ୍ରଥମେ କାର୍ତ୍ତିକ ଆର୍ଯ୍ୟନ ଓ ଶ୍ରଦ୍ଧା କାପୁରଙ୍କୁ ନେଇ ଏହା କରିବାକୁ ଚାହୁଁଥିଲେ । ମାତ୍ର ପରେ ଅନୀଲ କାପୁରଙ୍କ ଭୂମିକା ପାଇଁ ରଣବୀର ସିଂ ଓ ମାଧୂରୀ ଦୀକ୍ଷିତଙ୍କ ରୋଲ ପାଇଁ ଜାହ୍ନବୀ କାପୁର ଫିଟ ହେବେ ବୋଲି ମେକର୍ସ ଚୂଡାନ୍ତ କରିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏବେ ପୁନର୍ବାର ସେ ମନ ବଦଳାଇ କାର୍ତ୍ତିକଙ୍କୁ ନେବା ପାଇଁ ସ୍ଥିର କରିଛନ୍ତି । କାର୍ତିକ ସହ ନିର୍ମାତା ଭୁଲ ଭୁଲୈୟା ଫିଲ୍ମ କରି ସଫଳତା ହାସଲ କରିଛନ୍ତି ।

ଏହା ଏକ ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି । ଅପରପକ୍ଷରେ ରଣବୀରଙ୍କ ଫିଲ୍ମ ବକ୍ସ ଅଫିସରେ ବାରମ୍ବାର ବିଫଳ ହେଉଥିବାରୁ ନିର୍ମାତାମାନେ ପଛଘୁଂଚା ଦେବା ଆରମ୍ଭ କରିଛନ୍ତି । କାର୍ତ୍ତିକଙ୍କ କହିବା ଅନୁସାରେ ନିର୍ମାତା ଅନ୍ୟ ଏକ ଫିଲ୍ମ ନେଇ ମୋ ସହିତ ଆଲୋଚନା କରିଥିଲେ । ଏବେ ସେମାନେ ତେଜାବରେ ମୋତେ ନେବା ଆଗ୍ରହ ପ୍ରକାଶ କରିଛନ୍ତି । ଫିଲ୍ମ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ ।

ତେବେ ଯେତେଦୂର ସମ୍ଭବ ଖୁବ ଶୀଘ୍ର ମେକର୍ସ ଏ ନେଇ ଅଫିସିଆଲ ଭାବେ ଘୋଷଣା କରିବେ । ଯଦି ଏହା ହୁଏ ତାହାହେଲେ ରଣବୀରଙ୍କ ହାତରୁ ଆଉ ଏକ ଭଲ ଫିଲ୍ମ ଚାଲିଯିବ । ଫିଲ୍ମର ହିରୋଇନଙ୍କ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.