Latest Odisha News

BREAKING NEWS

ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା

ଭୁୁବନେଶ୍ୱର : ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ସଂସଦର ସଭାପତି କଥାକାର ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାକୁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ।

ଆଧ୍ୟାତ୍ମ ପଥର ଯାତ୍ରୀ ମନୋଜ ଦାସ ମଧ୍ୟ ଭାରତୀୟ ଚେତନା ମଧ୍ୟରେ ସୁକ୍ଷ୍ମ ସତ୍ତାର ଅନ୍ୱେଷଣରେ ବ୍ରତୀ ଥିଲେ। ଆଉ ତାଙ୍କ ସେହି ଅନ୍ୱେଷାର ମାଧ୍ୟମ ଥିଲା କଥା ଓ କାହାଣୀ। ଆମେ ମଧ୍ୟ ତାଙ୍କଠାରୁ ପ୍ରେରଣା ନେଇ ନିଜ ନିଜ ବାଟରେ ସେହି ଅନନ୍ତ ଅନ୍ୱେଷାରେ ଅଗ୍ରସର ହୋଇ ପାରିବା। ତାଙ୍କ ଜନ୍ମ ଭୂମି ଶଙ୍ଖାରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରୁଛନ୍ତି ଏବଂ ତାହା ଆଧୁନିକ ଭାରତର ସାରସ୍ଵତ ତୀର୍ଥକ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ସଭାରେ ସଙ୍ଗଠନର ସମ୍ପାଦକ ସରୋଜ ବଳ ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଗୌତମବୁଦ୍ଧ ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ଏବଂ ପରିଶେଷରେ ସହ ସମ୍ପାଦକ ଅମିତାଭ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.