Latest Odisha News

BREAKING NEWS

୩୦୦୬ ଦିନ ପରେ ଭାରତୀୟ ଦଳ ପକ୍ଷରୁ ମ୍ୟାଚ ଖେଳିଲେ କରୁଣ ନାୟାର

ଲଣ୍ଡନ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଭାରତୀୟ କ୍ରିକେଟ ଦଳକୁ କରୁଣ ନାୟାର ପ୍ରତ୍ୟାବର୍ତନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି । ଏଥିସହ ସେ ୩୦୦୬ ଦିନ ପରେ ଟିମ ଇଣ୍ଡିଆ ପକ୍ଷରୁ ମ୍ୟାଚ ଖେଳିବେ । ୨୦୧୭ରେ ସେ ଶେଷ ଥର ପାଇଁ ଭାରତ ପକ୍ଷରୁ ଟେଷ୍ଟ ଖେଳିଥିଲେ । ସେ ଓଭରାଲ ୭୭ ଟେଷ୍ଟ ମ୍ୟାଚରୁ ଦଳ ବାହାରେ ରହିବା ପରେ ଏବେ ପ୍ରତ୍ୟାବର୍ତନ କରିଛନ୍ତି । ୨୦୨୨ରେ କ୍ରମାଗତ ବିଫଳ ହେବା ପରେ କରୁଣ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଥିଲେ । ସେ ଲେଖିଥିଲେ ପ୍ରିୟ କ୍ରିକେଟ ମୋତେ ଆଉ ଏକ ସୁଯୋଗ ପ୍ରଦାନ କର । ବାସ ଏବେ ତାଙ୍କୁ ଏହି ସୁଯୋଗ ମିଳିଛି । ୨୦୧୬ରେ କରୁଣ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ତ୍ରିଶତକ ମାରି ସେ ଚର୍ଚ୍ଚାରେ ରହିଥିଲେ ମଧ୍ୟ ଏହା ପରେ ଖରାପ ପ୍ରଦର୍ଶନ କରି ଦଳରୁ ବାଦ ପଡିଥିଲେ ।

୨୦୨୨ରେ କର୍ଣ୍ଣାଟକ ଟିମରୁ ବାଦ ପଡିବା ପରେ ସେ ଉପରୋକ୍ତ ପୋଷ୍ଟ କରିଥିଲେ । ଘରୋଇ କ୍ରିକେଟରେ ସେ ବିଦର୍ଭ ପକ୍ଷରୁ ଖେଳିଥିଲେ । ୨୦୨୪ ବିଜୟ ହଜାରେ ଟ୍ରଫିରେ ସେ ୮ଟି ଇନିଂସରେ ୭୭୯ ରନ କରିଥିଲେ । ଏଥିରେ ୫ ଶତକ ସାମିଲ । ରଣଜୀ ଟ୍ରcଫିରେ ମଧ୍ୟ ୯ ମ୍ୟାଚରେ ୮୬୩ ରନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ବିଦର୍ଭ ଟାଇଟଲ ଜିତିଥିଲା । ତାଙ୍କର ଏହି ପ୍ରଦର୍ଶନ ଚୟନ କମିଟିକୁ ପ୍ରଭାବିତ କରିଥିଲା । ଏବେ ତାଙ୍କ ନିକଟରେ ଦକ୍ଷତା ପ୍ରତିପାଦିତ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଜୟଦେବ ଉନାଡକଟ ୧୧୮ ଟେଷ୍ଟ ପରେ ଦଳକୁ ପ୍ରତ୍ୟାବର୍ତନ କରି କରୁଣଙ୍କୁ ପଛରେ ପକାଇଛନ୍ତି । ସେହିପରି ଦୀନେଶ କାର୍ତିକ ୮୭ ଓ ପାର୍ଥୀବ ପଟେଲ ୮୩ ଟେଷ୍ଟ ପରେ ଦଳକୁ ଫେରିଥିଲେ ।

Comments are closed.